Wednesday , December 8 2021
Home / ବିଶେଷ / ଦାମୋଦରପୁର ଗାଁ ରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ର ଦ୍ଵିତୀୟ ବାର୍ଷିକ ଉତ୍ସଵ ପାଳିତ

ଦାମୋଦରପୁର ଗାଁ ରେ ଭାଗବତ ଟୁଙ୍ଗି ପ୍ରତିଷ୍ଠା ର ଦ୍ଵିତୀୟ ବାର୍ଷିକ ଉତ୍ସଵ ପାଳିତ

ସାଲେପୁର, ୨୫/୦୭/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):ବର୍ତମାନ ସମୟରେ ଭାଗବତ ଟୁଙ୍ଗି ଗାଁ ରେ ଆଉଦେଖିବାକୁ ମିଳୁନଥିବା ବେଳେ କଳମିଶ୍ରି ପଂଚାୟତ ଦାମୋଦରପୁର ଓ ଜନାର୍ଦନପୁର ଗ୍ରାମର ଉତ୍ସାହି ଯୁବକ ମାନଙ୍କ ସମିଳିତ ଉଦ୍ୟମ ରେ ଗତବର୍ଷ ପ୍ରତିଷ୍ଠା କରାଯାଇଥିଲା ଭାଗବତ ଟୁଙ୍ଗି ।ଯୁବପିଢ଼ୀ ଆଧୁନିକତା ର ବଶବର୍ତ୍ତୀ ହୋଇ ନାଚ,ଗୀତ ଓ ମନୋରଂଜନ କାର୍ୟ୍ୟକ୍ରମ ପ୍ରତି ଆଗ୍ରହୀ ଥିବାବେଳେ ଏହି ଗ୍ରାମର ଯୁବକ ମାନେ ଭାଗବତ ଟୁଙ୍ଗି ପ୍ରତିଷ୍ଠା କରି ଦ୍ଵିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସଵ ପାଳନ କରୁଛନ୍ତି। ରାଧାମାଧଵ ମଠର ମହନ୍ତ ବିପ୍ରଚରଣ ଦାସ ଙ୍କ ଦ୍ଵାରା ପ୍ରେରଣା ପାଇ ଯୁବକ ମାନେ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି। ବହୁ କାଳରୁ ପୂର୍ବ ପୁରୁଷ ମାନେ ଯେଉଁ ଭଳି ମାଟିଘର ଓ ଚିତାପଡିଥିବା ସେହିଭଳି ଭାବେ ଭାଗବତ ଟୁଙ୍ଗି ପ୍ରତିଷ୍ଠା କରାଯାଇଛି। ପ୍ରତିଦିନ ଏହି ଟୁଙ୍ଗିରେ ଭଜନ ସଂକିର୍ତନ ହେବା ସହ ଗାଁ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିହେଉଛି । ପ୍ରତିଷ୍ଠା ଦିବସରେ ତପନ କୁମାର ସାହୁ ସହଯୋଗ କରୁଥିବାବେଳେ ଆଇନଜିବି ପ୍ରଦୀପ୍ତ ଷଢଙ୍ଗୀ ଙ୍କ ସହଯୋଗରେ ଭଜନ ପରିବେଷଣ ହେଉଥିବେଳେ ପଞ୍ଚାୟତ କଳାପରିଷଦ ର ସଭାପତି ପ୍ରମୋଦ ନାୟକ ଓ ବିଶ୍ୱଜିତ ପରିଡା ଯୋଗଦେଇ ଯୁବପିଢ଼ୀଙ୍କ ଏହି ମହତ ଉଦ୍ୟମକୁ ପ୍ରସଂଶା କରିଥିଲେ।ଓଡ଼ିଶା ସମାଚାର

About admin

Check Also

ସାଲେପୁର ରେ ଡ୍ରାଇଭର ମହାସଂଘ ର ବୈଠକ

ସାଲେପୁର,୦୭/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଡ୍ରାଇଭର ମହାସଂଘ ଓ ସାଲେପୁର ଡ୍ରାଇଭର ସଂଘ ପକ୍ଷରୁ ଆଜି ବ୍ଲକ ଆଡିମିନ …

Leave a Reply

Your email address will not be published. Required fields are marked *