Monday , March 27 2023
Breaking News
Home / ବିଶେଷ / ଡ୍ରେନ ସମସ୍ୟାର ନେଇ ସି.ଏମ୍.ସି.ଙ୍କୁ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ

ଡ୍ରେନ ସମସ୍ୟାର ନେଇ ସି.ଏମ୍.ସି.ଙ୍କୁ ଚିଠି ଲେଖିଲେ ଉତ୍କଳ ବିକାଶ ପରିଷଦ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ

କଟକ, ୨୫/୦୭/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ନିର୍ବାଚନ ମଣ୍ଡଳୀ ଉପକଣ୍ଠ ମହାନଗର ନିଗମ ୫୯ନଂ ୱାର୍ଡ ନୂଆକାଚେରାମାଳ ଗ୍ରାମ କୈବର୍ତ୍ତସାହି ଯାହାକି ଫୁଲନଖରା ଛକ ପାଶ୍ୱର୍ସ୍ଥ ତଳ ବାଇପାସ୍ ରୋଡରେ ବର୍ଷାଜଳ ନିସ୍କାଷନ ପାଇଁ ଡ୍ରେନ୍ ହୋଇଥିଲେ ମଧ୍ୟ ସାମାନ୍ୟ ବର୍ଷାରେ ପାଣି ଜମି ରହିଛି । ଯାହାଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନେଇ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ କଟକ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ପରିଷଦ ପକ୍ଷରୁ ମହାନଗର ନିଗମ କମିଶନରଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବାକୁ ନିଷ୍ପତ୍ତି ନିୟାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.