Monday , March 27 2023
Breaking News
Home / ବିଶେଷ / ଗୁଜୁରାଟରେ ପାଣିପାଇପ ଶ୍ରମିକଙ୍କ ମୃତୁ୍ୟ : ଶବ  ଆଣିବାକୁ ପରିବାରର ଜିଲ୍ଲାପାଳଙ୍କୁ ନିବେଦନ

ଗୁଜୁରାଟରେ ପାଣିପାଇପ ଶ୍ରମିକଙ୍କ ମୃତୁ୍ୟ : ଶବ  ଆଣିବାକୁ ପରିବାରର ଜିଲ୍ଲାପାଳଙ୍କୁ ନିବେଦନ

କେନ୍ଦ୍ରାପଡ଼ା, ୨୫/୦୭/୨୦୨୧(ଓଡ଼ିଶା ସମାଚାର)- ଗୁଜୁରାଟର ସୁରାଟରେ ଜଣେ ପାଣି ପାଇପ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ବେଳେ ତାଙ୍କର ଶବ ଏଠାକୁ ଆଣିବାକୁ ପରିବାର ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଦେପୁର ଗ୍ରାମର ଦେବାନନ୍ଦ ବେହେରାଙ୍କ ପୁଅ ଜୟନ୍ତ ବେହେରା(୨୭) ଗୁଜୁରାଟର ସୁରଟରେ ପାଣିପାଇପ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି । ଜୟନ୍ତ କୋଭିଡରେ ଗ୍ରାମକୁ ଆସିଥିବା ବେଳେ ଚଳିତମାସ ୨୦ତାରିଖରେ ସୁରଟ ଯାଇଥିଲେ । ଜୟନ୍ତ ସୁରଟର ପୁନା ଅଂଚଳରେ ଏକ କୋଠାର ପାଂଚମହଲାକୁ ଚଢି ପାଣି ପାଇପ କନେକ୍ସନ କରୁଥିବା ସମୟରେ ପାଂଚମହଲାରୁ ତଳକୁ ଖସିପଡିଥିଲେ । ସେଠାରେ ଜୟନ୍ତଙ୍କର ମୃତୁ୍ୟ ହୋଇଯାଇଥିବା ସମ୍ପର୍କରେ ତାଙ୍କ ପରିବାରକୁ ଖବର ମିଳିଛି । ପରିବାର ପକ୍ଷରୁ ଜୟନ୍ତଙ୍କ ଶବ ସୁରଟରୁ କେନ୍ଦ୍ରାପଡାକୁ ଅଣାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.