ପାରାଦୀପ୨୫/୦୭/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟରେ ଳକ୍ ଡାଉନ ଓ ସଟ୍ ଡାଉନ୍ ଜାରୀ ରହିଛି । ଏହି ସମୟରେ ବହୁ ଗରୀବ, ମାନସିକ ବିକାରଗ୍ରସ୍ତ ଓ ଦିବ୍ୟାଙ୍ଗ ଯେପରି ଖାଦ୍ୟ ଖାଇବାରୁ ବଂଚିତ ନହୁଅନ୍ତି ସେଥି ନିମନ୍ତେ ପ୍ରୟାସ ଜାରୀ ରଖିଛି ସ୍ମାଇଲ ଚାରିଟେବୁଲ ଟ୍ରଷ୍ଟ । ଶନିବାର ଓ ରବିବାର ଦୁଇଦିନ ଧରି ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଆଡଭୋକେଟ୍ ସୁରେଶ ଚନ୍ଦ୍ର ଦାସ ଓ ସଭାପତି ସଚିତ୍ର କୁମାର ରାଉତ ଙ୍କ ନେତୃତ୍ୱରେ ପାରାଦୀପ ଅଂଚଳରେ ରନ୍ଧାଖାଦ୍ୟ ବଂଟନ କରାଯାଇଛି । ଆଗାମୀ ଦିନରେ ଗରୀବ ଓ ଦିବ୍ୟାଙ୍ଗ ମାନଙ୍କୁ ଟ୍ରଷ୍ଟ ପକ୍ଷରୁ ପୋଷାକ ବଂଟନ କରାଯିବ ବୋଲି ସୂଚନା ମିଳିଛି । ଓଡ଼ିଶା ସମାଚାର