Tuesday , December 6 2022
Home / ସ୍ୱାସ୍ଥ୍ୟ / ୧୦୭ଜଣ ଗର୍ଭବତୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ

୧୦୭ଜଣ ଗର୍ଭବତୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ

ପାରାଦୀପ,୨୪/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ରାଜ୍ୟରେ ଗର୍ଭବତୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ କୋଭିଡ୍-୧୯ ଟିକାକରଣ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ୨୪ତାରିଖ ଶନିବାର ଦିନ ବନ୍ଦର ସହର ପାରାଦୀପର ଦୁଇଟି ଟୀକାଦାନ କେନ୍ଦ୍ର ବନ୍ଦର ଚିକିତ୍ସାଳୟ ଓ ଅଠରବାଙ୍କୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା ଗ୍ରହଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ବନ୍ଦର ଚିକିତ୍ସାଳୟରେ ୫୨ଜଣ ଗର୍ଭବତୀ ମହିଳା ଟୀକା ଗ୍ରହଣ କରିଥିବା ବେଳେ ୫୫ଜଣ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସର୍ବମୋଟ ୧୦୭ଜଣ ଗର୍ଭବତୀ ମହିଳା ଟୀକା ଗ୍ରହଣ କରିଥିବା ବନ୍ଦର ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା ଓ ଅଠରବାଙ୍କୀ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଡା. ବସନ୍ତ ରାଉତ ସୂଚନା ଦେଇଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published.