Monday , March 27 2023
Breaking News
Home / ବିଶେଷ / ହାଇଦର ର ମୃତ୍ୟୁ ପରେ ପାଟକୁରା ଅଂଚଳରେ ସତର୍କତା ମୂଳକ ପଦକ୍ଷେପ

ହାଇଦର ର ମୃତ୍ୟୁ ପରେ ପାଟକୁରା ଅଂଚଳରେ ସତର୍କତା ମୂଳକ ପଦକ୍ଷେପ

ଗରଦପୁର, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ଚୌଦ୍ୱାର ଜେଲ ରୁ ବାରିପଦା ଜେଲକୁ ନିଆଯାଉଥିବାବେଳେ ବାଲେଶ୍ୱର ଜିଲା ର ସିମୁଳିଆ ନିକଟରେ ସେ ଖସିଯିବାକୁ ଉଦ୍ୟମ କରିବା ସମୟରେ ପୋଲିସ ର ଏନକାଉଂଟରରେ ତାର ମୃତ୍ୟୁ ହୋଇଛି । ପାଟକୁରା ଅଂଚଳରେ ଉତେଜନା ଆଶଙ୍କାରେ ପାଟକୁରା ଥାନା ପୋଲିସ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ପାଟକୁରା ଥାନାରେ ଏକ ପେଟ୍ରୋଲିଂ ଗାଡ଼ି ସଜାଗ ହୋଇ ରହିଥିବାବେଳେ ମୁସଲମାନ ବହୁଳ ତେଣ୍ଡାକୁଡ଼ା ଅଂଚଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯାଇଥିବା ପାଟକୁରା ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କୌଣସି ସ୍ଥାନରେ ଉତେଜନା ଦେଖାଦେଲେ ସଜାଗ ହୋଇ ରହିଥିବା ପେଟ୍ରୋଲିଂ ଗାଡ଼ି ତୁରନ୍ତ ସେଠାରେ ପହଂଚିବ । ଓଡ଼ିଶା ସମାଚାର

Leave a Reply

Your email address will not be published.