Saturday , December 10 2022
Home / ବିଶେଷ / ସାମ୍ବାଦିକ ଙ୍କ ପିତୃବିୟୋଗ

ସାମ୍ବାଦିକ ଙ୍କ ପିତୃବିୟୋଗ

ପାରାଦୀପ ୨୪/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ରେ କାର୍ଯ୍ୟରତ ସାମ୍ବାଦିକ ଉପେନ୍ଦ୍ର ଗୁରୁ ଙ୍କ ପିତା ଉଗ୍ରେସନ ଗୁରୁ(୬୫) କରୋନା ରେ ମୃତ୍ୟୁବରଣ କରିଛନ୍ତି । ଉଗ୍ରେସନ ଗୁରୁ ପାରାଦୀପ ର ପୁରାତନ ବ୍ୟବସାୟିକ ଅନୁଷ୍ଠାନ ଫକୀର ମୋହନ ମାର୍କେଟ( କେବିନ୍ ମାର୍କେଟ) ର ସଭାପତି ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ । ଅଧୁନା ରେ ସେ ଏହି ମାର୍କେଟ ର ଉପଦେଷ୍ଟା ଭାବେ ଦାୟିତ୍ୱ ନେଇଥିଲେ । ପାରାଦୀପ ନଗର କଂଗ୍ରେସ କମିଟି ର ସେ ସାଧାରଣ ସଂପାଦକ ଭାବେ ୧୦ ବର୍ଷ ଧରି ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ର ଅକାଳ ବିୟୋଗ ରେ ଶୁକ୍ରବାର ଦିନ ଫକୀର ମୋହନ ମାର୍କେଟ( କେବିନ୍ ମାର୍କେଟ) ବନ୍ଦ ରହିଥିଲା । ଉଗ୍ରେସନ ଗୁରୁ ଙ୍କ ମୃତ୍ୟୁ ଖବର ପାଇ ପାରାଦୀପ ର ବହୁ କାର୍ଯ୍ୟରତ ସାମ୍ବାଦିକ,ବୁଦ୍ଧିଜୀବୀ , ବ୍ୟବସାୟୀ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟ ରେ ପତ୍ନୀ , ୪ ପୁଅ ଓ ଦୁଇ ଝିଅ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.