ମାହାଙ୍ଗା ୨୪/୦୭/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା ) ରାଜ୍ୟରେ ସାମ୍ବାଦିକ ମାନେ ଅସୁରକ୍ଷିତ ବୋଲି ବାରଂବାର ଅଭିଯୋଗ ହୋଇଆସୁଛି । ସରକାର ସାମ୍ବାଦିକ ସୁରକ୍ଷା ଆଇନି ବିଧାନସଭାରେ ପାରିତ କରନ୍ତୁ ବୋଲି ଦାବି କରାଯାଉଛି । ଦୁର୍ଭାଗ୍ୟର କଥା ଏଥିପ୍ରତି ସରକାର ସମ୍ପୂର୍ଣ୍ଣ ଉଦାସୀନତା ପ୍ରଦର୍ଶନ କରିବାରୁ ସରକାରୀ କର୍ମଚାରୀ ଆଇନୀକୁ ହାତକୁ ନେଇ ସାମ୍ବାଦିକଙ୍କୁ ମାଡ଼ ମାରୁଛନ୍ତି ।
କେନ୍ଦ୍ରାପଡ଼ା ଠାରେ ମହିଳା କନେଷ୍ଟବଳ ପିନୁ ନାୟକ ଏଭଳି ଅସାମାଜିକ କାଣ୍ଡରେ ଲିପ୍ତ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ମାହାଙ୍ଗା ପ୍ରେସକ୍ଲବ ପକ୍ଷରୁ ଦୃଢ ପ୍ରତିବାଦ କରାଯାଇଛି ।
ଏସୟୁଜେ ଓଡିଶା ସଭାପତି ଅଜୟ ସାହୁ, ସାଧାରଣ ସମ୍ପାଦକ କୈଳାଶ ନାୟକ, କଲ୍ୟାଣପାଣ୍ଠି ଅଧ୍ୟକ୍ଷ ଗଗନ ସାହୁ, କଟକ ଜିଲ୍ଲା ସଭାପତି ଅଖିଳେଶ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ରମେଶ ପ୍ରଧାନ, ବରିଷ୍ଠ ସାମ୍ବାଦିକ ରଘୁନାଥ ଆଚାର୍ୟ୍ୟ,ସୁରେନ୍ଦ୍ର ମହାପାତ୍ର, ଅଭୟ ଜେନା, ରତ୍ନାକର ବାରିକ, ସୁବାଶିଷ ବସନ୍ତରାୟ, ଗୌର ସାହୁ, ପ୍ରଦୀପ୍ତ ମିଶ୍ର, ଦେବୀ ପ୍ରସାଦ ରଥ, ମଳୟ କୁମାର ବରାଳ, ଦୀପକ ବିଶ୍ୱାଳ, ସନ୍ତୋଷ ବାରିକ, ପ୍ରମୁଖ ସଂଘର ନେତାମାନେ ଏହି ବର୍ବରୋଚିତ ଘଟଣାର ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ।
ସେହିପରି ମାହାଙ୍ଗା ସାମ୍ବାଦିକ ସଂଘର ସଭାପତି ଅଖିଳେଶ ପଦ ମହାନ୍ତି, ସାଧାରଣ ସମ୍ପାଦକ ବିଜୟ ଯେନା,ଉପଦେଷ୍ଟା ଶଶୀଭୁଷଣ ଷଢଙ୍ଗୀ, ଉପସଭାପତି ରଶ୍ମି ରଞ୍ଜନ ମହାନ୍ତି,ବିବେକାନନ୍ଦ ଦାସ, ଧନେଶ୍ୱର ସେଠୀ, ଯଯାତି ସିଂ, ଅଚ୍ୟୁତାନନ୍ଦ ନାୟକ, ହରିହର ସାହୁ, ତୁଷାରଜ୍ୟୋତି ନାୟକ,ବସନ୍ତ ସାମଲ, ଦିବାକର ରାଉତ, ଅରୁଣ ଲେଙ୍କା, ସୁରେଶ ବଳ,ସୁପ୍ରଭା ସାମଲ, ଅଭିମନ୍ୟୁ ନାୟକ, ମହେଶ୍ୱର ବେହେରା, ରଞ୍ଜନ ବାରିକ, କ୍ଷୀରୋଦ ବେହେରା,ଅକ୍ଷୟ କୁମାର ଗୋଛାୟତ,ଇତିକାନ୍ତ ମହାନ୍ତି, ଭାଗ୍ୟଧର ସାହୁ, ପ୍ରଦୀପ୍ତ ମହାରଣା, ଡମ୍ବରୁଧର ପରିଡା,ଅନିଲ ଲେଙ୍କା,ପ୍ରମୁଖ ବହୁ ସାମ୍ବାଦିକ ଉପରୋକ୍ତ ଘଟଣାରେ ମୁଖ୍ୟମନ୍ତ୍ରୀ, ୫- ଟି ସଚିବ, କେନ୍ଦ୍ରାଞ୍ଚଳ ଆରଡିସି,ରାଜ୍ୟ ପୋଲିସ ମୁଖ୍ୟ ପ୍ରମୁଖଙ୍କ ହସ୍ତକ୍ଷେପ ଲୋଡିବାସହ ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଆଇନିଗତ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …