ଭୁବନ,୨୪/୦୭/୨୦୨୧(ଓଡ଼ିଶା ସମାଚାର)-ମହାମାରୀ କରୋନା ସକାଶେ ସରକାରଙ୍କ କଟକଣା ଯୋଗୁ ଚଳିତବର୍ଷ ଭୁବନର ତୃତୀୟାଜୀୟୁ ଜଗନ୍ନାଥ ମନ୍ଦିର ପରିସର ମଧ୍ୟରେ ବିଧିରକ୍ଷା ପୂର୍ବକ ନୀତିକାନ୍ତି କରାଯାଇ ରୀତିନୀତି ଅନୁଯାୟୀ ବିନା ଭକ୍ତରେ ପ୍ରତୀକାତ୍ମକ ରଥଯାତ୍ରା,ବାହୁଡା ଯାତ୍ରା,ସୁନା ବେଶ,ଅଧରପଣା ଅନୁଷ୍ଠିତ ହୋଇଥିବା ବେଳେ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବା ପରେ ନିଳାଦ୍ରିବିଜେ କରିଥିଲେ । ଅପରାହ୍ନ ୪ ଘଟିକା ସମୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ସାହୁ,ଉପଦେଷ୍ଟା ଗୋପୀନାଥ ମହାନ୍ତି,ଆଦ୍ୟ ସେବକ ରାମଚନ୍ଦ୍ର ରାଉତ,ମୁଖ୍ୟ ପୂଜକ ତୁଷାରକାନ୍ତ ମିଶ୍ର.ସେବାୟତ ଓ ସ୍ୱଳ୍ପ ସଂଖ୍ୟକ କର୍ମକର୍ତା ଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତୀ ଙ୍କୁ ପହଣ୍ଡି କରାଯାଇ ଅସ୍ଥାୟୀ ମଣ୍ଡପରୁ ରତ୍ନସିଂହାସନକୁ ବିଜେ କରାଯାଇଥିଲା । ରସଗୋଲା ପୂଜା କରାଯାଇ ବଂଟନ କରାଯାଇଥିଲା । ତେବେ ସରକାରଙ୍କ କଟକଣା ଯୋଗୁ ସାଧାରଣ ଜନତା ଓ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନରୁ ବଂଚିତ ହୋଇଥିଲେ । ସ୍ୱଳ୍ପ ସଂଖ୍ୟକ କର୍ମକର୍ତା,ସେବାୟତ ଓ ମାତୃମଣ୍ଡଳୀର ସଦସ୍ୟାଗଣ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର