ବାଲେଶ୍ୱର , ୨୪/୦୭/୨୦୨୧(ଓଡ଼ିଶା ସମାଚାର)- ପୋଲିସ ର ଏନକାଉଂଟରରେ ଗ୍ୟାଙ୍ଗଷ୍ଟାର ହାଇଦର ର ମୃତ୍ୟୁ ହୋଇଛି । ଆଜି କଟକ ଚୌଦ୍ୱାର ଜେଲ ରୁ ବାରିପଦା ଜେଲ କୁ ସ୍ଥାନାନ୍ତରିତ କରାଯାଉଥିବାବେଳେ ବାଲେଶ୍ୱର ଜିଲା ସିମୁଳିଆ ନିକଟରେ ସେ ପରିସ୍ରା କରିବା ବାହାନାରେ ସୁରକ୍ଷା କର୍ମୀ ଙ୍କ ବନ୍ଧୁକ ଛଡ଼େଇ ବା ସମୟରେ ସୁରକ୍ଷା କର୍ମୀ ଙ୍କ ସହିତ ଧସ୍ତା ଧସ୍ତି ହୋଇଥିଲା ଓ ସେ ଖସି ପଳାଥବାକୁ ଉଦ୍ୟମ କରିଥିଲା । ପୋଲିସ ଅଧିକାରୀଙ୍କ କୌଣସି ବୋଲ ନମାନିବାରୁ ତାକୁ ଏନକାଉଂଟର କରାଯାଇଥିଲା । ଗୋଟିଏ ଗୁଳି ତା ପେଟରେ ବାଜିଥିଲା । ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାକୁ ବାଲେଶ୍ୱର ଜିଲା ହସପିଟାଲ କୁ ନିଆଯାଇଥିଲା । ତେବେ ସେଠାରେ ତାର ଶରୀର ନିସ୍ତେଜ ରହିଥିଲା । ବିଦ୍ଧିବଦ୍ଧ ଭାବେ ତାର ମୃତ୍ୟୁକୁ ନେଇ କୌଣସି ସୂଚନା ମିଳିନଥିଲେ ମଧ୍ୟ ଏନକାଉଂଟରରେ ଗ୍ୟାଙ୍ଗଷ୍ଟାର ହାଇଦର ର ମୃତ୍ୟୁ ହୋଇଛି ବୋଲି ବିଶ୍ୱସ୍ଥ ସୂତ୍ରରୁ ଖବର ମିଳିଛି । ଓଡ଼ିଶା ସମାଚାର