କେନ୍ଦ୍ରାପଡ଼ା, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- ଓଡିଶା ବିଦୁ୍ୟତ୍ ଉପଭୋକ୍ତା ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ତୁରନ୍ତ ବିଦୁ୍ୟତ୍ ଶୁକ୍ଳ ବୃଦ୍ଧିକୁ ପ୍ରତ୍ୟାହାର କରିବା ପାଇଁ ଦୃଢ ଦାବି କରାଯାଇଛି । ଓଏସଇବି ଓଡିଶା ସରକାରଙ୍କ ଦ୍ୱାରା ପରିଚାଲିତ ଏକ ସଂସ୍ଥା ଥିବା ବେଳେ ଏହା ଲୋକଙ୍କୁ ସେବା ଯୋଗାଉ ଥିଲା । ତାହାକୁ ସରକାର ଭାଙ୍ଗି ସେସକୋ, ନେସକୋ, ସାଉଥକୋ ଆଦି କରିବା ଠାରୁ ଲୋକ ବେଶି ଉପକାର ପାଇଲେ । ପରେ ଏଇଏସ୍ ବିଦେଶୀ କମ୍ପାନୀ ହାତକୁ ପରିଚାଳନା ଭାର ଦିଆଗଲା । ସେ ସରକାରଙ୍କ ଠାରୁ କୋଟି କୋଟି ଟଙ୍କା ନେଇ ପାର ହେଲା । ତାପରେ ଏନଜେନ୍ କମ୍ପାନୀ ହାତରେ ପରିଚାଳନା ଭାର ତାହା ମଧ୍ୟ ତଦ୍ରୁପ । ଏବେ ଟାଟା କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । କମ୍ପାନୀ ଦାଦାଗିରି ଆରମ୍ଭ କରି ପୁରୁଣା ମିଟର କୁ ଘରଲୋକ ଙ୍କୁ ନକହି ହଟାଇବା, ମିଟର ବାବଦକୁ ୫୦ ଟଙ୍କା ମନଇଚ୍ଛାନେଉଥିବା ବେଳେ ବାରମ୍ବାର ବିଦୁ୍ୟତ୍ କାଟ୍ ହେଉଛି । ଏବଂ ୨ଥର ବିଦୁ୍ୟତ୍ ଶୁକ୍ଳ ବୃଦ୍ଧି ହେଲାଣି । ତୁରନ୍ତ ଏହାକୁବନ୍ଦ କରା ନଗଲେ ଓଡ଼ିଶା ବିଦୁ୍ୟତ୍ ଉପଭୋକ୍ତା ସଂଘ ପକ୍ଷରୁ ବିଦୁ୍ୟତ୍ ବିଲ୍ ବର୍ଜନ ପାଇଁ ସଂଗଠନର ରାଜ୍ୟ ଆବାହକ ଆଇନଜିବୀ ରମଣୀ ରଞ୍ଜନ ରାଉତରାୟ, ବିକାଶ ଚନ୍ଦ୍ରବେଉରା, ସୁବାସିନୀ ଭଦ୍ର, ବାବାଜୀ ଧଳ, ଆଦିକନ୍ଦ ରାଉଳ ପ୍ରଭୃତି ଏକ ପ୍ରେସ ଇସ୍ତାହାର ରେ ଜଣାଇଛନ୍ତି । ଓଡ଼ିଶା ସମାଚାର
Check Also
ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …