Tuesday , October 3 2023
Breaking News
Home / ବିଶେଷ / ବିଏମ୍ଏସ୍ ର ପ୍ରତିଷ୍ଠା ଦିବସ ପାଳିତ

ବିଏମ୍ଏସ୍ ର ପ୍ରତିଷ୍ଠା ଦିବସ ପାଳିତ

ପାରାଦୀପ ୨୪/୦୭/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ବନ୍ଦର ମଜଦୁର ସଭା(ବିଏମଏସ୍) ର ପ୍ରତିଷ୍ଠା ଦିବସ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ପାରାଦୀପ ନୂଆବଜାରସ୍ଥିତ ୟୁନିୟନ୍ କାର୍ଯ୍ୟାଳୟ ଠାରେ ଏହି ଅବସର ରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ସମାରୋହ ରେ ୟୁନିୟନ ର ସଭାପତି ଶ୍ରମିକ ନେତା ରାକେଶ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ୟୁନିୟନ ର ପୂର୍ବତନ ସାଧାରଣ ସଂପାଦକ ଦୋଳଗୋବିନ୍ଦ ଦାଶ ବିଏମଏସ୍ ଗଠନ ଓ ଲକ୍ଷ୍ୟ ସଂପର୍କ ରେ ମତବ୍ୟକ୍ତ କରିଥିଲେ । ବିଏମଏସ୍ ଜିଲ୍ଲା ଉପସଭାପତି ଅବିନାଶ ଦାସ , ଉପଦେଷ୍ଟା ପବିତ୍ର ମିଶ୍ର, ସାଧାରଣ ସଂପାଦକ ଶ୍ରୀକାନ୍ତ ରାୟ ବିଏମଏସ୍ ର ବିଭିନ୍ନ ସଫଳତା ସଂପର୍କ ରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ସମାରୋହ ରେ ୟୁନିୟନ ର ସଦସ୍ୟ ଓ କର୍ମକର୍ତା ମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *