Tuesday , December 7 2021
Home / ବିଶେଷ / ପପୁ ମଲ୍ଲିକ ମୃତୁ୍ୟର ନିରପେକ୍ଷ ତଦନ୍ତ ଦାବିକଲେ ପରିବାର ଲୋକେ

ପପୁ ମଲ୍ଲିକ ମୃତୁ୍ୟର ନିରପେକ୍ଷ ତଦନ୍ତ ଦାବିକଲେ ପରିବାର ଲୋକେ

କେନ୍ଦ୍ରାପଡ଼ା, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ମରଡପୁର ଛକ ଜାତୀୟ ରାଜପଥ କଡରୁ ଜଣେ ଯୁବକଙ୍କ ମୃତଦେହ ଠାବ ହେବା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ । ମୃତ ଯୁବକ ପପୁ ମଲ୍ଲିକଙ୍କୁ ଘଟଣା ଦିନ ସମ୍ପୃକ୍ତ ସର୍ଭିସିଂ ସେଂଟରର ମାଲିକ ଘରୁ ଡାକି ଆଣିଥିଲେ । କିଛି ଘଂଟା ପରେ ସର୍ଭିସିଂ ସେଂଟର ପଛ ପଟ କେନାଲରୁ ପପୁଙ୍କ ମୃତ ଦେହ ଠାବ ହୋଇଥିଲା । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ପପୁଙ୍କ ଶଶୁର ଭରତ ମଲ୍ଲିକ ଅଭିଯୋଗ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି । ମୃତ ପପୁଙ୍କ ପତ୍ନୀ ରୁନା ମଲ୍ଲିକ ଏବଂ ତାଙ୍କର ୧୩ବର୍ଷର ଝିଅକୁ ଉପଯୁକ୍ତ କ୍ଷତିପୁରଣ ପାଇଁ ମଧ୍ୟ ପରିବାର ଲୋକେ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ ମୃତ ପପୁଙ୍କ ଘର କଟକ ଜିଲ୍ଲା ର ଅସୁରେଶ୍ୱର ଅଂଚଳରେ । ସେ କେନ୍ଦ୍ରାପଡା ଜିଲ୍ଲାର ସଦର ଥାନା ଅନ୍ତର୍ଗତ ମରଡପୁରସ୍ଥିତ ନିଜ ଶଶୁର ଘରେ ରହି ଟ୍ରକ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ଗତ ଜୁଲାଇମାସ ୧୬ତାରିଖ ସନ୍ଧ୍ୟାରେ ପପୁଙ୍କ ମୃତ ଦେହ ୫ନମ୍ବର(କ) ଜାତୀୟ ରାଜପଥ କଡ କେନାଲରେ ପଡିଥିବା ଦେଖିବାକୁ ମିଳିଥିଲା ।   ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *