Home / ବିଶେଷ / ଜନ୍ମ ମାଟିରେ ସାରସ୍ଵତ ସାଧକ କେଶବ ଚନ୍ଦ୍ର ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
ଜନ୍ମ ମାଟିରେ ସାରସ୍ଵତ ସାଧକ କେଶବ ଚନ୍ଦ୍ର ନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି
କଟକ, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- କଟକ ସଦର ବ୍ଲକ କନ୍ଦରପୁର ଅଞ୍ଚଳ ର ବିଶିଷ୍ଟ ସମାଜସେବୀ କେଶବ ଚନ୍ଦ୍ର ନନ୍ଦଙ୍କ ୧୭ ତମ ଶ୍ରାଦ୍ଧ ଉତ୍ସବ ପହରଜ ପ୍ରତିଭା ପୂଜା ପରିଷଦ ଆନୁକୂଲ୍ୟରେ ଗୋପାଳ ସ୍ମୃତି ବିଦ୍ୟାପୀଠ ପରିସରରେ ପାଳିତ ହେଇଯାଇଛି । ସଭାପତି ସାହିତ୍ୟିକ କାଳୀ ପ୍ରସାଦ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଚିନ୍ତାମଣି ବାଳିକା ବିଦ୍ୟାମନ୍ଦିର ଓ ଗୋପାଳ ସ୍ମୃତି ବିଦ୍ୟାପୀଠ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି କବି ପିତାମ୍ବର ମହାପାତ୍ର,ଉପଦେଷ୍ଟା ହୃଦାନନ୍ଦ ଜେନା,ସରସ୍ଵତୀ କଳା ପରିଷଦର ସମ୍ପାଦକ ନାଟ୍ୟକାର ଆଶୋକ ପଟ୍ଟନାୟକ,ସମାଜସେବୀ ମନମୋହନ ପରିଡା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ନନ୍ଦଙ୍କ ଜୀବନ ଦର୍ଶନ ଯୁବ ସମାଜର ଧେୟ ହେଉ ବୋଲି ଆଲୋକପାତ କରିଥିଲେ । ପରିଶେଷରେ ସମ୍ପାଦକ ପୀୟୂଷ ରଞ୍ଜନ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର
Related