କଟକ,୨୪/୦୭/୨୦୨୧(ଓଡ଼ିଶା ସମାଚାର)- ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଂଟରରେ ଗୁରୁତର ଆହତ । ମିଳିଥିବା ସୂଚନା ଅନୁସାରେ ଚୌଦ୍ୱାର ଜେଲ ରୁ ବାରିପଦା ଜେଲ କୁ ନେବା ବେଳେ ବାଲେଶ୍ୱର ଜିଲା ସିମୁଳିଆ ନିକଟରେ ରାସ୍ତା ରେ ସେ ଖସିଯିବାକୁ ଉଦ୍ୟମ କରିଥିଲା । ପରିସ୍ରା ଯିବା ପାଇଁ କହିବାରୁ ଗାଡ଼ି ରଖାଯିବା ପରେ ତାକୁ ନେଇ ଯାଉଥିବା ସୁରକ୍ଷା କର୍ମୀଙ୍କ ଠାରୁ ବନ୍ଧୁକ ଛଡ଼େଇବାକୁ ଚେଷ୍ଟା କରିଥିଲା । ପୋଲିସ ସହିତ ଧସ୍ତା ଧସ୍ତି ହୋଇଥିଲା । ସୁରକ୍ଷା ଅଧିକାରୀଙ୍କ କମାଣ୍ଡ ଶୁଣିନଥିଲା । ଫଳରେ ତାକୁ ଏନକାଉଂଟର କରାଯାଇଥିଲା । ଗୋଟିଏ ଗୁଳି ତା ପେଟରେ ବାଜିଛି । ଆହତ ଅବସ୍ଥାରେ ତାକୁ ବାଲେଶ୍ୱର ଜିଲା ହସପିଟାଲ ରେ ଭର୍ତି କରାଯାଇଛି । ତାର ଅବସ୍ଥା ଗୁରୁତର ରହିଛି । ପ୍ରାୟ ୩ ଟା ୩୦ ସମୟରେ ଏହି ଘଟଣା ଘଟିଛି ।
ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍ସିବିରୁ ଗତ ଏପ୍ରିଲ ୧୦ ତାରିଖରେ ଫେରାର ହୋଇଯାଇଥିଲା ହାଇଦର । ଏହା ପରେ କମିସନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍ ତେଲେଙ୍ଗାନାରୁ ହାଇଦରକୁ ଧରିବାରେ ସକ୍ଷମ ହୋଇଥିଲା । ତାକୁ ଚୌଦ୍ୱାର ଜେଲ ରେ ରଖାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ତାକୁ ଆଜି ଚୌଦ୍ୱାର ଜେଲ ରୁ ବାରିପଦା ଜେଲ କୁ ସ୍ଥାନାନ୍ତର କରାଯାଉଥିଲା । ଓଡ଼ିଶା ସମାଚାର