ଭୁବନେଶ୍ୱର,୨୪/୦୭/୨୦୨୧(ଓଡ଼ିଶା ସମାଚାର)- କୋଭିଡ୍ ରେ ମୃତ୍ୟୁବରଣ କରିଥିବା ୧୭ ଜଣ ସାମ୍ବାଦିକଙ୍କ ପରିବାର ପାଇଁ ରାଜ୍ୟ ସରକାର ୨କୋଟି ୫୫ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯିବ । ପ୍ରତି ପରିବାରକୁ ୧୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ୧୭ଜଣିଆ ତାଲିକାରେ ଭୁବନେଶ୍ବରର ୪ଜଣ, ବଲାଙ୍ଗିରର ୩ଜଣ, ଗଞ୍ଜାମ ଜିଲ୍ଲାର ୭ଜଣ, କଳାହାଣ୍ଡି ଜିଲ୍ଲାର ଜଣେ ଓ ଯାଜପୁର ଜିଲ୍ଲାର ୨ଜଣ ସାମ୍ବାଦିକ ଅଛନ୍ତି ।ଏହାଛଡ଼ା ଆଉ କେତେଜଣଙ୍କ ସମ୍ପର୍କରେ ତଦନ୍ତ ଓ ବିଚାର ଅବ୍ୟାହତ ରହିଛି । ଓଡ଼ିଶା ସମାଚାର