Saturday , December 10 2022
Home / ବିଶେଷ / କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତାଲା ପକାଇବା ଘଟଣାକୁ ନିନ୍ଦା

କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତାଲା ପକାଇବା ଘଟଣାକୁ ନିନ୍ଦା

କେନ୍ଦ୍ରାପଡ଼ା, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିଡିଓକନଫରେନ୍ସିଂ ଗୃହରେ ଜିଲ୍ଲାର ସମସ୍ତ ବିଧାୟକମାନେ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇଥିଲେ । ବୈଠକ ଶେଷ ହେବା ପରେ ବିଧାୟକମାନେ ଗୃହ ବାହାରକୁ ବାହାରି ଅଚାନକ ଦେଖନ୍ତିତ ଜିଲ୍ଲାପାଳଙ୍କ ଗେଟରେ ତାଲା ପଡିଛି । କେତେକ ୱେବ ଚ୍ୟାନେଲର ସାମ୍ବାଦିକ ଘଟଣା ସମ୍ପର୍କରେ ବିଧାୟକମାନଙ୍କୁ ନଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟରେ ଏଭଳି ତାଲାପକାଇ ଅଯଥାରେ ହଇରାଣ ହରକତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମଧରି ସ୍ଳୋଗାନ ଦେବା ଓ ଜିଲ୍ଲାର ବିଧାୟକମାନେ ଅପାରଗ କହି ଚିତ୍କାର କରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଲା ପକାଇବା ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ନିଜ କାର୍ଯ୍ୟ କରିବାରେ ବାଧା ଉପୁଜିଥିଲା । ଏଭଳି ଘଟଣାକୁ ଜିଲ୍ଲାର ଆଇନଜୀବୀମାନେ ଦୃଢ ଭାବେ ନିନ୍ଦା କରିଥିବା ଜିଲ୍ଲା ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଧିନ, ଆଇନଜୀବୀ ଭିମସେନ ଭୂୟାଁ, ଗୋବର୍ଦ୍ଧନ ରାଉତ, ସଞ୍ଜୟ କୁମାର ଜେନା, ଗୋକଳରଞ୍ଜନ ଦାସ, ବ୍ରଜ ସୁନ୍ଦର ରାଉତ, ଅରୁଣ ପ୍ରସାଦ ଦାସ, ଶକ୍ତିସୁରୂପ ଭୂୟାଁ, ମନୋଜ କୁମାର ସାହୁ, ତ୍ରିଲୋଚନ ନାୟକ, ନିରଞ୍ଜନ ବଳ, ହିରଣ୍ୟ କୁମାର ପଣ୍ଡା, ମାନସ କୁମାର ଧଳ, ରଞ୍ଜନ କୁମାର ପଣ୍ଡା, ନିହାର ରଞ୍ଜନ ମହାପାତ୍ର, ଶେଷଦେବ ପ୍ରସାଦ ଦାସ, ସୁରେଶ ଚନ୍ଦ୍ର ନାୟକ, ମୀର ଅଫସର ଅଲ୍ଲୀ ବକ୍ସ, ସ୍ମୃତିରଞ୍ଜନ ସିଂ, ରମାକାନ୍ତ ସ୍ୱାଇଁ, ଉମାକାନ୍ତ ଲେଙ୍କା, ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.