କେନ୍ଦ୍ରାପଡ଼ା, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଶନିବାର ୫୯ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୮ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶ ବ୍ଲକରେ ୮, ଗରଦପୁର ବ୍ଲକରେ ଜଣେ, କେନ୍ଦ୍ରାପଡା ବ୍ଲକରେ ୧୧, ମହାକାଳପଡା ବ୍ଲକରେ ୬, ପଟ୍ଟାମୁଣ୍ଡାଇ ବ୍ଲକରେ ୧୫, ରାଜକନିକା ବ୍ଲକରେ ୭ଜଣ, ରାଜନଗର ବ୍ଲକରେ ଜଣେ ଓ କେନ୍ଦ୍ରାପଡା ପୌରାଂଚଳର ୨ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର