Tuesday , March 28 2023
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡାରେ ଖୋଲିବ କରୋନା ରକ୍ତ ନମୁନା ପରୀକ୍ଷା କେନ୍ଦ୍ର

କେନ୍ଦ୍ରାପଡାରେ ଖୋଲିବ କରୋନା ରକ୍ତ ନମୁନା ପରୀକ୍ଷା କେନ୍ଦ୍ର

କେନ୍ଦ୍ରାପଡ଼ା, ୨୪/୦୭/୨୦୨୧(ଓଡ଼ିଶା ସମାଚାର)- କୋଭିଡ- ୧୯ କରୋନା ସଂକ୍ରମଣ ପରୀକ୍ଷା କରିବା ପାଇଁ ଆରଟିପିସିଆର ପରୀକ୍ଷା କେନ୍ଦ୍ର କେନ୍ଦ୍ରାପଡାରେ ଖୋଲାଯିବ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ବନ୍ଧୀୟ ନିଷ୍ପତି ନିଆଯାଇଛି । ପୂର୍ବରୁ ଏହି ନମୁନା ପରୀକ୍ଷା କଟକରେ କରାଯାଉ ଥିବାରୁ ବହୁ ସଂଖ୍ୟକ ପରୀକ୍ଷା କରାଯାଇ ପାରୁ ନଥିବା ବେଳେ ରିପୋର୍ଟ ଆସିବା ପାଇଁ ପ୍ରାୟ ୩-୪ ଦିନ ସମୟ ଲାଗୁଥିଲା । ସମୟ ଓ ଟେଷ୍ଟିଂ ପରିମାଣ ଦୃଷ୍ଟିରୁ କେନ୍ଦ୍ରାପଡାରେ ଆରଟିପିସିଆର ପରୀକ୍ଷା କେନ୍ଦ୍ର ଖୋଲାଗଲେ ବହୁ ବ୍ୟକ୍ତି ଉପକୃତ ହେବା ସହ ଠିକ୍ ସମୟରେ ଚିକିତ୍ସା ପାଇବେ । ଏହି ପରୀକ୍ଷା କେନ୍ଦ୍ର ପାଇଁ ମେସିନ୍ ଓ ଉପକରଣ ସବୁ କେନ୍ଦ୍ରାପଡାରେ ପହଁଚିବା ପରେ କେନ୍ଦ୍ର ଖୋଲାଯିବା ପାଇଁ ଗୃହ ନିର୍ମାଣ ସରିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.