Tuesday , September 28 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇଫକୋ ସାରକାରଖାନା ପରିସରରେ ନୂତନ ସଲ୍ଫୁ୍ୟରିକ୍ ପ୍ଲାନ୍ଟ ର ଭୂମିପୂଜନ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇଫକୋ ସାରକାରଖାନା ପରିସରରେ ନୂତନ ସଲ୍ଫୁ୍ୟରିକ୍ ପ୍ଲାନ୍ଟ ର ଭୂମିପୂଜନ

ପାରାଦୀପ ୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଶୁକ୍ରବାର ଦିନ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଫକୋ ପରିସର ରେ ଏକ ନୂତନ ଗନ୍ଧକାମ୍ଳ (ସଲ୍ଫୁ୍ୟରିକ୍ ଏସିଡ୍) ପ୍ଲାନ୍ଟ ର ଭୂମି ପୂଜନ କରିଛନ୍ତି । ଇଫକୋ ବିଶ୍ୱ ର ସର୍ବ ବୃହତ ସାର ଉତ୍ପାଦନକାରୀ ସଂସ୍ଥା । ଏହି ନୂତନ ଗନ୍ଧକାମ୍ଳ (ସଲ୍ଫୁ୍ୟରିକ୍) ପତ୍ନ୍ ପ୍ରତିଷ୍ଠା ହେବା ଦ୍ୱାରା ଇଫକୋ ସାରକାରଖାନା ର ସଲ୍ଫୁ୍ୟରିକ୍ ଏସିଡ୍ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବାକୁ ଯାଉଛି । ଏହି ନୂଆ କାରଖାନା ରୁ ପ୍ରତିଦିନ ୨୦୦୦ ମେଟ୍ରିକ୍ ଟନ୍ ସଲ୍ଫୁ୍ୟରିକ୍ ଏସିଡ୍ ଉତ୍ପାଦନ କରାଯିବ । ଏହି କାରଖାନା ଟି ଅତ୍ୟାଧୁନିକ ଜ୍ଞାନ କୌଶଳ ଆଧାର ରେ ନିର୍ମାଣ କରାଯିବ । ଏହି କାରଖାନା ରେ ସଲ୍ଫୁ୍ୟରିକ୍ ଏସିଡ୍ ସହ ଉଚ୍ଚ ଚାପ ଯୁକ୍ତ ବାଷ୍ପ, ଯାହାକି ଏକ ଶକ୍ତି ର ସ୍ରୋତ ମଧ୍ୟ ଉତ୍ପାଦନ କରାଯିବ । ଏହି ଉଚ୍ଚ ଚାପ ବାଷ୍ପ କୁ ବ୍ୟବହାର କରାଯାଇ ବୈଦ୍ୟୁତିକ ଶକ୍ତି ଉତ୍ପାଦନ କରାଯିବା ସହ ବିଭିନ୍ନ ଯନ୍ତ୍ର କୁ ଚଲାଇପାରିବ । ଚଳିତ ବର୍ଷ ଜାନୁୟାରି ମାସ ରେ ଏହ ପରିକଳ୍ପନା କରାଯାଇଥିଲା । ୨୦୨୩ ମସିହା ରେ ଏହି ପ୍ଲାନ୍ଟ କାର୍ଯ୍ୟକ୍ଷମ ହେବ ଏହି ପ୍ରକଳ୍ପ ର ଆନୁମାନିକ ମୂଲ୍ୟ ୪୦୦ କୋଟି ଟଙ୍କା ଅଟେ । ଏହି ସଲ୍ଫୁ୍ୟରିକ୍ ଏସିଡ୍ ପ୍ଲାନ୍ଟ କାର୍ଯ୍ୟକ୍ଷମ ହେଲେ ଦେଶ ରେ ଡି.ଏ.ପି., ଏମ୍.ପି.କେ. ସାର ର ଅଭାବ ଦୂର ହୋଇ ପାରିବ । ଏହି ସାର ପାଇଁ ଭାରତ କୁ ବାହାର ଦେଶ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହି କାର୍ଯ୍ୟକ୍ରମ ରେ ଇଫକୋ ର ୟୁନିଟ୍ ହେଡ୍ କେ.ଜେ.ପଟେଲ୍ ଙ୍କ ସମେତ ଇଫକୋ ର ବରିଷ୍ଟ ଅଧିକାରୀ ତଥା ୟୁନିୟନ ଓ ଆସୋସେସନ୍ ର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ହଡପ ମାମଲା : ନିରପେକ୍ଷ ତଦନ୍ତ ଓ କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଅର୍ଥ ଫେରାଇଵା ଦାଵି ଦୋହରାଇଲା ଵିଜେଡି

କଟକ ସଦର, ୨୪/୦୯/୨୦୨୧(ଓଡ଼ିଶା ସମାଚାର/ ଵଷ୍ଣୁ ବେହେରା): କନ୍ଦରପୁର କୃଷòକ ସେଵା ସମଵାୟ ସମିତି ଦ୍ୱାରା ପରିଚାଳିତ କନ୍ଦରପୁର ମିନି …

Leave a Reply

Your email address will not be published. Required fields are marked *