Tuesday , March 28 2023
Breaking News
Home / ବିଶେଷ / ୫ ଲୁଟେରା ଗିରଫ, ସୁନାଚେନ୍ ଜବତ

୫ ଲୁଟେରା ଗିରଫ, ସୁନାଚେନ୍ ଜବତ

ଭୁବନେଶ୍ୱର,୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଖାରବେଳନଗର ଥାନା ଅଂଚଳରେ ଜଣେ ଅବସରପ୍ରାପ୍ତ ବିଚାରପତି ଲୁଟ୍ ର ଶିକାର ହୋଇଛନ୍ତି । ୫ଜଣ ଲୁଟେରା ତାଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇନେଇ ଫେରାର୍ ହୋଇଯାଇଥିଲେ । ତେବେ ପରେ ପୁଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ସୁନାଚେନ୍ ଜବତ କରିଛି । ବିଚାରପତିଙ୍କ ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ଗୁରୁବାର ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା  ଥାନାଧିକାରୀ ଅରୁଣ କୁମାରସ୍ୱାଇଁ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ବଡ଼ଗଡ ଥାନା ଅଂଚଳରେ ରହୁଥିବା ଅବସରପ୍ରାପ୍ତ ବିଚାରପତି ଜଣକ ଫି୍ରଜ ର ଏକ ଯନ୍ତ୍ରାଂଶ ଆଣିବା ପାଇଁ ବୁଧବାର ଅପରାହ୍ଣ ୨ଟାରେ ୟୁନିଟ ୩ ମାଳିସାହି ରାସ୍ତାଦେଇ କାର୍ ଯୋଗେ ଯାଉଥିଲେ । ସେ କାର୍ ଧିରେ ନେଇ ଯିବାବେଳେ ତାଙ୍କ ଚାରିପାଖେ ୫ଜଣ ଯୁବକ ଘୁରି ବୁଲିଥିଲେ ।ଏହାଦେଖି ବିଚାରପତିଙ୍କ ସନ୍ଦେହ ହୋଇଥିଲା । ପରେ ସେ ଗାଡ଼ି ନେଇ ପଳାଇବାକୁ ଉଦ୍ୟମ କରିବାବେଳେ ୪ଜଣ ଲୁଟେରା କାର୍ ଭିତରେ ପଶି ତାଙ୍କୁ ଧକ୍କା ଦେବା ସହ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇ ଚମ୍ପଟ ମାରିଥିଲେ । ଏହାପରେ ବିଚାରପତି ପୁଲିସକୁ ଫୋନ୍ କରିଥିଲେ । ସେଙ୍ଗସେଙ୍ଗ ଖାରବେଳନଗର ଥାନାଧିକାରୀ ଅରୁଣ ସ୍ୱାଇଁ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ପରେ ସିସିଟିଭି ଫୁଟେଜ୍ ଆଧାରରେ ମାଳିସାହିରୁ ସମ୍ପୃକ୍ତ ୫ଜଣ ଲୁଟେରାଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା । ଏହି ଘଟଣାରେ ପୁଲିସ ତ୍ୱରିତ ତଦନ୍ତ କରି ସୁନାଚେନ୍ ଫେରାଇଥିବା ସହ ଅପରାଧୀଙ୍କୁ ଗିରଫକରିଥିବାରୁ ସମ୍ପୃକ୍ତ ବିଚାରପତି ଥାନାଧିକାରୀଙ୍କୁ ସାଧୁବାଦ ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.