ଭୁବନେଶ୍ୱର,୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପ ବେତନଭୋଗୀ ସରକାରୀ କର୍ମଚାରୀ ସଂଘର ୩୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଅଛି । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟଅତିଥି ଭାବେ ମାନ୍ୟବର ଭୁବନେଶ୍ୱର ମଧ୍ୟ ବିଧାୟକ ତଥା ସଂଘର ମୁଖ୍ୟଉପଦେଷ୍ଟା ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ସଂଘର ପତାକା ଉତୋଳନ କରି ରାଜ୍ୟରେ ହେଉଥିବା ଜନମଙ୍ଗଳ କାର୍ଯ୍ୟ ସମ୍ପର୍କରେ କର୍ମକର୍ତାଙ୍କୁ ବୁଝାଇଥିଲେ । ଦେଶର ୧ ନମ୍ବର ମାନ୍ୟବର ମୁଖ୍ୟମନ୍ତ୍ରୀ ଭାବେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ତୁଲାଇଛନ୍ତି ଏବଂ କଥାବାର୍ତା ମାଧ୍ୟମରେ ତଳୁଆ ଶ୍ରେଣୀର କର୍ମଚାରୀଙ୍କ ଥିବା ସମସ୍ୟା ଦୂର ହୋଇପାରିବ । କର୍ମଚାରୀ ମାନେ ମିଳିତ ହୋଇ ସରକାରଙ୍କ ସହ କାର୍ଯ୍ୟ ତୁଲାଇବାରେ ସକ୍ଷମ ହୋଇଥିବାରୁ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ସଂଘର ସଭାପତି ଶ୍ରୀ ଗଙ୍ଗାଧର ସ୍ୱାଇଁ ପ୍ରତିଷ୍ଠା ଦିବସକୁ ମନେପକାଇ ଆଜିର ଦିନରେ ପାଳନ ପାଇଁ ଉପସ୍ଥିତ ମୁଖ୍ୟ ଉପଦେଷ୍ଟାଙ୍କ ସମେତ କର୍ମକର୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସାଧାରଣ ସମ୍ପାଦକ ଶ୍ରୀ ଶ୍ୟାମସୁନ୍ଦର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସଂଘର ସାଧାରଣ ସମ୍ପାଦକ ଓ ସଭାପତି ଏବଂ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର