Tuesday , December 7 2021
Breaking News
Home / ବିଶେଷ / ଶିବାନନ୍ଦ ଆଶ୍ରମ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଶିବାନନ୍ଦ ଆଶ୍ରମ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

କେନ୍ଦ୍ରାପଡ଼ା, ୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଗରାପୁରସ୍ଥିତ ଶିବାନମନ୍ଦ ଆଶ୍ରମ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓସ୍ତପୁରର ବସନ୍ତ କୁମାରୀ ଗ୍ରାମୀଣ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା. ସରୋଜକାନ୍ତ ତ୍ରିପାଠୀ ଯୋଗଦେଇ ୨୦ଜଣରୁ ଉଦ୍ଧ୍ୱର୍ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରି ଆବଶ୍ୟକ ପରାମର୍ଶ ପ୍ରଦାନ କରିବା ସହ ମାଗଣାରେ ଔଷଧ ବିତରଣ କରିଥିଲେ । ଏହି ଶିବିରକୁ ଆଶ୍ରମର ଶ୍ରୀମା ଦିବ୍ୟ ସୁରୂପାନନ୍ଦ ସରସ୍ୱତୀ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ସିଂ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ବ୍ରହ୍ମଚାରୀ  ନୃସିଂହ ଦାସ, ପୁନମ ନାୟକ, ରୁଦ୍ରାଣୀ ମହାପାତ୍ର, ଧିରେନ୍ଦ୍ର ଦାସ, ଅକ୍ଷୟ ପ୍ରିୟ ଦାସ ପ୍ରମୁଖ ଉପସ୍ଥିତ ରହି ସିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଡା. ତ୍ରିପାଠୀଙ୍କୁ ଆଶ୍ରମର ଶ୍ରୀମା ଦିବ୍ୟ ସୁରୂପାନନ୍ଦ ସରସ୍ୱତୀ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜଗତସିଂହପୁର  ଜିଲ୍ଲା ପ୍ରଶାସନ ପକ୍ଷରୁ ବାବା ସାହେବ ଆମ୍ବେଦକରଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

 ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବିଧାନ ପ୍ରଣେତା,ଆଇନଜ୍ଞ,ସମାଜ ସଂସ୍କାରକ,ବିଶିଷ୍ଟ ରାଜନିତୀଜ୍ଞ,ଭାରତ ରତ୍ନ ଡକ୍ଟର ବାବା ସାହେବ …

Leave a Reply

Your email address will not be published. Required fields are marked *