Saturday , April 1 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଲଳିତକଳା ଏକାଡେମୀ ପୁରସ୍କାର ପାଇଲେ ବିକାଶ

ଲଳିତକଳା ଏକାଡେମୀ ପୁରସ୍କାର ପାଇଲେ ବିକାଶ

କେନ୍ଦ୍ରାପଡ଼ା, ୨୩/୦୭/୨୦୨୧(ଓଡ଼ିଶା ସମାଚାର)- ଓଡିଶା ଲଳିତକଳା ଏକାଡେମୀର ୩୯ତମ ପୁରସ୍କାର ସାରା ରାଜ୍ୟରୁ ୮ଜଣ ପାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ପାଇଛନ୍ତି ବିକାଶ । କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବଡମୂଳସାହି ଗ୍ରାମର ସ୍ୱର୍ଗତ ମହେଶ୍ୱର ସେନାପତିଙ୍କ ପୁଅ ବିକାଶ ଚନ୍ଦ୍ର ସେନାପତିଙ୍କୁ ତାଙ୍କର ପେନ୍ଟିଂ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି  । ଏହି ଉପଲକ୍ଷେ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ଉତ୍ସବରେ ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ  ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ସ୍ୱରୁପ ମୋମେଂଟୋ, ଉତରୀୟ, ମାନପତ୍ର  ଓ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ କରି ବିକାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ, ସମ୍ପାଦକ ପଂଚାନନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ବିକାଶଙ୍କୁ ଏଥିପାଇଁ ସାରା ଜିଲ୍ଲାରୁ ଶୁଭେଛାର ସୁଅ ଛୁଟିଥିବା ଜଣାପଡିଛି । ଓଡ଼ିଶା ସମାଚାର

Leave a Reply

Your email address will not be published.