Sunday , October 1 2023
Home / ବିଶେଷ / ତୃତୀୟ ଲହର ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ: ଡ. ଶରତ ଚନ୍ଦ୍ର ମିଶ୍ର

ତୃତୀୟ ଲହର ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ: ଡ. ଶରତ ଚନ୍ଦ୍ର ମିଶ୍ର

ଧୀରୁକୁଟି ବସ୍ତିରେ ମାଗଣା ମାସ୍କ, ସାନିଟାଇଜର ଓ ସାବୁନ ବଂଟନ

ଭୁବନେଶ୍ୱର, ୨୩/୦୭/୨୦୨୧(ଓଡ଼ିଶା ସମାଚାର)-  କରୋନାର ଦ୍ୱିତୀୟ ଲହର ବର୍ତମାନ ରାଜ୍ୟରେ ହ୍ରାସ ପାଉଛି ସତ କିନ୍ତୁ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଆଗକୁ ତୃତୀୟ ଲହର ସମ୍ଭାବନା ଥିବାରୁ ଆମକୁ ସତର୍କ ଓ ସଜାଗ ରହିବାକୁ ପଡ଼ିବ । ବୁଧବାର ମଂଚେଶ୍ୱରସ୍ଥିତ ଧୀରିକୁଟି ବସ୍ତିରେ କରୋନା ସଚେତନତା ଶିବିର କାର୍ଯ୍ୟକ୍ରମରେ ଏହି ପରାମର୍ଶ ଦେଇଛନ୍ତି ଦେଶର ଅନ୍ୟତମ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସମାଜସେବୀ ଡ. ଶରତ ଚନ୍ଦ୍ର ମିଶ୍ର ।

କୋଭିଡ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ବସ୍ତିବାସିନ୍ଦାଙ୍କୁ ଡ. ମିଶ୍ର ରାମର୍ଶ ଦେଇଛନ୍ତି ଯେ, ବର୍ତମାନ ସ୍ଥିତିରେ କରୋନାକୁ ଆମେ ହାଲୁକାରେ ନେଇ ପାରିବା ନାହିଁ । ଏହି ଭାଇରସ୍ ରୂପ ବଦଳାଉଛି । ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ବିଶେଷଜ୍ଞମାନେ ଚେତାଇ ସାଣିଲେଣି । ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ ଏବଂ କରୋନା ନିୟମାବଳୀ ଯଥା ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା, ନିୟମିତ ସାବୁନରେ ହାତ ଧୋଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଉପରେ ଗୁରୁତ୍ୱ ଦେବା ଦରକାର । ବିଶେଷ କରି ପିଲାମାନଙ୍କ ଯତ୍ନ ଅଧିକ ନେବା ଆବଶ୍ୟକ । ସେମାନଙ୍କ ପାଇଁ ବର୍ତମାନ ସୁଦ୍ଧା ଟିକା ଆସିନାହିଁ । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନିଅନ୍ତୁ । ଏହି କାର୍ଯ୍ୟକ୍ରମ ଅବସରରେ ଡ. ମିଶ୍ର ଓ ତାଙ୍କ ଟିମ କ୍ଷରୁ ବସ୍ତିର ୫ଶହରୁ ଅଧିକ ଲୋକଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ଓ ସାବୁନ ବଂଟନ କରିଥିଲେ । ଧୀରିକୁଟି ଦକ୍ଷିଣପୂର୍ବ ସାହିର ସଭାପତି ଦେବେନ୍ଦ୍ର ପାଇଟଲ, ସମ୍ପାଦକ ଦୀଲିପ ଘଡ଼ାଇ, ସଂଯୋଜକ ଦୀପକ ମହାନ୍ତି, ମମତା ଲେଙ୍କା, ଶିଶିର ବିଶ୍ୱାଳ, ଶିଖର ଭୋଇ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *