Saturday , April 1 2023
Breaking News
Home / ଶିକ୍ଷା / ଜୟପ୍ରକାଶ ଶିକ୍ଷା ନିକେତନରେ ପୋଷାକ ବିତରଣ ଉତ୍ସବ

ଜୟପ୍ରକାଶ ଶିକ୍ଷା ନିକେତନରେ ପୋଷାକ ବିତରଣ ଉତ୍ସବ

ତାରପୁର, ୨୩/୦୭/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ରାମଚନ୍ଦ୍ରପୁରସ୍ଥିତ ଜୟପ୍ରକାଶ ଶିକ୍ଷା ନିକେତନରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଇଂ ବାବାଜୀ ଚରଣ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ସଭ୍ୟା ତଥା ଜିଲା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷା ଶ୍ରୀମତୀ ଡ଼େଜାଲିନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ ବିଶ୍ୱ ଓଡ଼ିଆ ମହାସଂଘର ସଭାପତି ଡ଼ ସୁରେନ୍ଦ୍ର ନାଥ ମହାପାତ୍ର, ଏସଏମଡ଼ିସି ଅଧ୍ୟକ୍ଷ ପଂଚାନନ ବାରିକ, ୱାର୍ଡ଼ ସଭ୍ୟ ନିତ୍ୟାନନ୍ଦ ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ରଂଜନ କୁମାର ମିଶ୍ର ଏହି ଉତ୍ସବର ଆଭିମୁଖ୍ୟ ପ୍ରକାଶ କରିଥିବାବେଳେ ୪୦ ଜଣ ଅଭିଭାବକ ଏହି ବୈଠକରେ ଯୋଗଦେଇ ୨ ହଳ ଡ଼୍ରେସ , ୧ ହଳ ଯୋତା ଓ ମୋଜା ଗ୍ରହଣ କରିଥିଲେ । କୋଭିଡ଼ କଟକଣା ଯୋଗୁ ମାର୍ଗଦର୍ଶିକା ଅନୁଯାୟୀ ଛାତ୍ର ଛାତ୍ରୀଙ୍କ ବଦଳରେ ଅଭିଭାବକମାନେ ଯୋଗ ଦେଇଥିଲେ । ଶିକ୍ଷକ ପବିତ୍ର କୁମାର ସ୍ୱାଇଁ ସ୍ୱାଗତ ଭାଷଣଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଶିକ୍ଷକ ସୁବାସ ଚନ୍ଦ୍ର ନାୟକ, ସୁଧୀର କୁମାର ନାୟକ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ବନ୍ଦନା ନାୟକ ଉପସ୍ଥିତ ରହି ଉତ୍ସବ ପରିଚାଳନା କରିଥିଲେ । ଶିକ୍ଷକ ସୁଧୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.