Saturday , April 1 2023
Breaking News
Home / ବିଶେଷ / ଜୀବନବୀମା ଅଭିକର୍ତା ସଂଘର କୋଷାଧ୍ୟକ୍ଷଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ଜୀବନବୀମା ଅଭିକର୍ତା ସଂଘର କୋଷାଧ୍ୟକ୍ଷଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୩/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜୀବନ ବୀମା ଶାଖା କାର୍ୟ୍ୟାଳୟର ଅଭିକର୍ତା ସଂଘର ପ୍ରାକ୍ତନ କୋଷାଧ୍ୟକ୍ଷ ସ୍ୱର୍ଗତ ହେମନ୍ତ କୁମାର ପାତ୍ରଙ୍କ  କୋରୋ ଅସୁରଡିହସ୍ଥିତ ବାସଭବନ ପରିସରରେ ତାଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂଘର ସଭାପତି ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଚିତରଞ୍ଜନ ଭଗତ, ଭବାନୀଶଙ୍କର ମହାନ୍ତି, କ୍ଷୀରୋଦ କୁମାର ବେହେରା, ପ୍ରଦିପ କୁମାର ଦଳାଇ, ମଧୁସୁଦନ ବାରିକ, ପ୍ରଦିପ ବାରିକ, ସୀତାକାନ୍ତ ନାୟକ, ବାବୁଲି ଚରଣ ନାୟକ, ରବିରଞ୍ଜନ ଶର୍ମା, ସୁଶିଲ ବିଶ୍ୱାଳ, ସୁଲେଖ ସାହୁ, ରବିନାରାୟଣ ସିଂ, ଆଦିକନ୍ଦ ସ୍ୱାଇଁ, ନିରଞ୍ଜନ ଖଟୁଆ, ରଞ୍ଜନ ସାମଲ, ବିଜୟ ଆଚାର୍ୟ୍ୟ, ଫକିର କୁମାର ଖୁଂଟିଆଙ୍କ ସମେତ ସ୍ୱର୍ଗତ ପାତ୍ରଙ୍କ ପରିବାର ବର୍ଗ ଯୋଗଦେଇ ତାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ  ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ସ୍ୱର୍ଗତ ପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.