କେନ୍ଦ୍ରାପଡ଼ା, ୨୩/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ଶୁକ୍ରବାର ୭୩ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଆଳି ବ୍ଲକରେ ୩ଜଣ କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶ ବ୍ଲକରେ ୧୦,ଗରଦପୁର ବ୍ଲକରେ ୬ଜଣ, କେନ୍ଦ୍ରାପଡା ବ୍ଲକରେ ୧୬, ମହାକାଳପଡା ବ୍ଲକରେ ୪, ମାର୍ଶାଘାଇ ବ୍ଲକରେ ୮ ,ପଟ୍ଟାମୁଣ୍ଡାଇ ବ୍ଲକରେ ୮, ରାଜକନିକା ବ୍ଲକରେ ୧୩ ଓ କେନ୍ଦ୍ରାପଡା ପୌରାଂଚଳର ୫ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର
