Saturday , December 10 2022
Home / ବିଶେଷ /  କଟକ ସଦର ବିଧାୟକ ଙ୍କ ନିର୍ଦେଶ ରେ ଅସହାୟ ପରିବାରକୁ ସହାୟତା ପ୍ରଦାନ

 କଟକ ସଦର ବିଧାୟକ ଙ୍କ ନିର୍ଦେଶ ରେ ଅସହାୟ ପରିବାରକୁ ସହାୟତା ପ୍ରଦାନ

ନିଶ୍ଚିନ୍ତକୋଇଲି ,୨୩/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- କଟକ ସଦର ନିର୍ବାଚନ ମଣ୍ଡଳୀର କଳମିଶ୍ରୀ ପଂଚାୟତ ଦାମୋଦରପୁର ଗ୍ରାମର ସ୍ଵର୍ଗତ ବାମଦେବ ପୁହାଣ ଙ୍କ ପରିବାରକୁ ଆଜି ଆର୍ଥିକ ସହାୟତା ପ୍ରଦାନକରିଛନ୍ତି ପଞ୍ଚାୟତ କଳାପରିଷଦର କର୍ମକର୍ତ୍ତା ମାନେ। ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ଚନ୍ଦ୍ରସରଥୀ ବେହେରା ଙ୍କ ନିର୍ଦେଶ କ୍ରମେ ସ୍ୱର୍ଗତ ବାମଦେବ ପୁହାଣ ଙ୍କ ପତ୍ନୀ ଓ ପୁତ୍ର ଙ୍କୁ ପଂଚାୟତ କଳାପରିଷଦ ର ସଭାପତି ପ୍ରମୋଦ ନାୟକ ଏହି ସହାୟତା ରାଶୀ ପ୍ରଦାନ କରିଥିଲେ।ଏଠାରେ ଉଲ୍ଲେଖ ନୀୟ ଯେ  ସ୍ଵର୍ଗତ ପୁହାଣ ବିଜୁଜନତା ଦଳର ଜଣେ ନିଷ୍ଠାପର କର୍ମୀ ଓ ସଙ୍ଗଠକ ଭାବେ ବେଶ ଜଣାଶୁଣା ଥିଲେ। ସେ ଜଣେ ସାହାଯ୍ୟକାରୀ ଓ ପରୋପକାର କାର୍ଯ୍ୟ  ପାଇଁ ସମ୍ପୃକ୍ତ ଅଞ୍ଚଳ ରେ ଲୋକପ୍ରିୟତା ହାସଲ କରିଥିଲେ। ଆଜି ସହାୟତା ରାଶି ପ୍ରଦାନ ସମୟରେ ଯୁବନେତା ତଥା ସଙ୍ଗଠକ ବିଶ୍ୱଜିତ ପରିଡା,କାଳନ୍ଦୀ  ସାହୁ,ରମେଶ ବେହେରା,କିଶୋର ମହାନ୍ତି,ଅରୁଣ  କୁମାର ଚଇନି,ରବୀନ୍ଦ୍ର ପ୍ରଧାନ ପ୍ରମୁଖକର୍ମକର୍ତ୍ତା  ଉପସ୍ଥିତ ଥିଲେ। ଓଡିଶା ସମାଚାର

Leave a Reply

Your email address will not be published.