Friday , September 22 2023
Breaking News
Home / ବିଶେଷ / ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ ମାରିବା ଘଟଣା : ବିଧାୟକଙ୍କୁ ଘେରିଲେ ସାମ୍ବାଦିକ

ୱେବ ଚ୍ୟାନେଲ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ ମାରିବା ଘଟଣା : ବିଧାୟକଙ୍କୁ ଘେରିଲେ ସାମ୍ବାଦିକ

କେନ୍ଦ୍ରାପଡ଼ା, ୨୨/୦୭/୨୦୨୧(ଓଡ଼ିଶା ସମାଚାର)- ଜନୈକ ୱେବ ଚ୍ୟାନେଲର ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ ମାରିବା ଘଟଣାକୁ ନେଇ କେନ୍ଦ୍ରାପଡା ଜିଲ୍ଲାର ପାଂଚଜଣ ବିଧାୟକଙ୍କୁ ଘେରିଛନ୍ତି ସାମ୍ବାଦିକମାନେ । ବୁଧବାର ଜଣେ ମହିଳା କନେଷ୍ଟବଳ ମାସ୍କ ନପିନ୍ଧି ଦାୟିତ୍ୱ ନିର୍ବାହ କରୁଥିବାର ଫଟୋ ଭାଇରାଲକୁ ନେଇ ସମ୍ପୃକ୍ତ ମହିଳା କନେଷ୍ଟବଳ ଜଣକ ଉତକ୍ଷିପ୍ତ ହୋଇଯାଇଥିଲେ । କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମାଡ ମାରିବା ସହ ତାଙ୍କ ସାର୍ଟ ଚିରି ଦେଇଥିଲେ । ସାମ୍ବାଦିକ ଜଣକ ନିଜର ପରିଚୟ ଦେଉଥିଲେ ମଧ୍ୟ କିଛି ଶୁଣି ନଥିଲେ ମହିଳା କନେଷ୍ଟବଳ ଜଣକ । କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବସିଥିବା ଧାରଣାସ୍ଥଳକୁ ଖବରସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ଜଣକ ମହିଳା କନେଷ୍ଟବଳ ମାସ୍କ ପିନ୍ଧି ନଥିବା ଫଟୋକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ । ଏହି ଘଟଣାରେ ଉତକ୍ଷିପ୍ତ ହୋଇ ମହିଳା କନେଷ୍ଟବଳ ଜଣକ ସେହି ସାମ୍ବାଦିକଙ୍କ କଲରକୁ ଟାଣି ମାଡ ମାରିଥିଲେ । ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ସଂପୃକ୍ତ ମହିଳା କନେଷ୍ଟବଳଙ୍କ ନିଲମ୍ବନ ଦାବି କରାଯାଇଛି । ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏକ ଭିଡିଓ କନଫରେନ୍ସିଂ ବୈଠକରେ ଯୋଗଦେବାକୁ ଆସିଥିବା କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଓ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ର୍ରୱାଲଙ୍କୁ ପ୍ରାୟ ଏକଘଂଟାରୁ ଉଦ୍ଧ୍ୱର୍ ତାଲାପକାଇ ରଖିଥିଲେ ଓ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସାମ୍ବାଦିକମାନେ । ପରେ ଆଲୋଚନା ନିମନ୍ତେ ସାମ୍ବାଦିକଙ୍କ ୫ଜଣ ପ୍ରତିନିଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଯାଇଥିଲେ । ସେହି ଆଲୋଚନାରେ କୌଣସି ନିଷ୍କର୍ସ ନବାହାରିବାରେ ବିଧାୟକମାନଙ୍କ ପରାମର୍ଶ କ୍ରମେ ଆନ୍ଦୋଳନରତ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ ଗରାପୁରସ୍ଥିତ ଆବାସିକ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ସାମ୍ବାଦିକମାନେ ପହଂଚି ସଂପୃକ୍ତ ମହିଳା କନେଷ୍ଟବଳଙ୍କୁ ତୁରନ୍ତ ନିଲମ୍ବନ ଓ ଗିରଫ ଦାବିରେ ଆବାସିକ କାର୍ଯ୍ୟାଳୟକୁ ଘେରାଉ କରି ବସିରହିଥିଲେ । ଜିଲ୍ଲାପାଳ ଘଟଣା ସମ୍ପର୍କରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *