Tuesday , December 7 2021
Breaking News
Home / ଶିକ୍ଷା / ୨୬ରୁ ଖୋଲିବ ହଷ୍ଟେଲ୍

୨୬ରୁ ଖୋଲିବ ହଷ୍ଟେଲ୍

ଭୁବନେଶ୍ୱର,୨୨/୦୭/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୬ ତାରିଖ ଠାରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ହଷ୍ଟେଲ ଗୁଡ଼ିକ ଖୋଲିବ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ଡା. ପ୍ରତାପ କୁମାର ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ, ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ, ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତିଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସ୍/ ଏସ୍ଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ହେବ । ହଷ୍ଟେଲ୍ ରେ ଆଇସୋଲେସନ ଖୋଲିବାକୁ ନିର୍ଦ୍ଧେଶ ଦିଆଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସଓପିରେ ନିର୍ଦ୍ଧେଶ ଦିଆଯାଇଛି । ସେହିପରି ସଂସ୍ଥା ଛାତ୍ରଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପଡ଼ିବ । ହଷ୍ଟେଲରେ ଯୋଗଦେବା ପୂର୍ବରୁ ଛାତ୍ରଛାତ୍ରୀ ଅଭିଭାବକଙ୍କର ଅନୁମତି ନେବେ । ସ୍ଥାନୀୟ ସ୍ୱାସ୍ଥ୍ୟ ସଂସ୍ଥା ସହିତ ଶିକ୍ଷାପ୍ରତିଷ୍ଠାନର ମୁଖ୍ୟ ସଂପର୍କରେ ରହିବେ । ହଷ୍ଟେଲ ପରିସରରେ ଗହଳିକୁ ବାରଣ କରାଯାଇଛି । ଏଥି ପାଇଁ ହଷ୍ଟେଲ କର୍ତୃପକ୍ଷଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ବାତ୍ୟା ପାଇଁ ଶନିବାର ୧୯ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର, ୦୩/୧୨/୨୦୨୧(ଓଡ଼ିଶା ସମାଚାର)-ଶନିବାର ଠାରୁ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, …

Leave a Reply

Your email address will not be published. Required fields are marked *