ପାରାଦୀପ ୨୨/୦୭/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ଶିଳ୍ପପତି ତଥା ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ୍ (ଓଏସ୍ଏଲ୍)ର ପରିଚାଳନା ନିର୍ଦ୍ଧେଶକ ମହିମାନନ୍ଦ ମିଶ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ମୀନତି ମିଶ୍ର (୬୫)ଙ୍କର ଗୁରୁବାର ଦିନ କଟକର ଓଡିଆ ବଜାର ସ୍ଥିତ ବାସଭବନରେ ହୃଦଘାତର ଶିକାର ହୋଇ ମୃତୁ୍ୟ ବରଣ କରିଛନ୍ତି । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ମହିମାନନ୍ଦ, ଜ୍ୟେଷ୍ଠପୁତ୍ର ଚନ୍ଦନ ମିଶ୍ର ଓ ସାନପୁଅ ଚର୍ଚ୍ଚିତ ମିଶ୍ର ଉପସ୍ଥିତ ଥିଲେ । ଖାନନଗର ସ୍ମଶାନରେ ସ୍ୱର୍ଗତା ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ ସ୍ୱାମୀ, ଦୁଇ ପୁତ୍ରଙ୍କ ସମେତ ପରିବାରବର୍ଗ, ଆତ୍ମିୟସ୍ୱଜନ ଏବଂ ବନ୍ଧୁମାନେ ଉପସ୍ଥିତ ଥିବା ଜଣାପଡିଛି । ସ୍ୱର୍ଗତା ମିଶ୍ର ଜଣେ ଧର୍ମପରାୟଣା ମହିଳା ଥିଲା । ତାଙ୍କ ବିୟୋଗରେ ପାରାଦୀପ ସ୍ଥିତ ଓଏସଏଲ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀମତୀ ମୀନତି ମିଶ୍ରଙ୍କ ବିୟୋଗରେ ପାରାଦୀପର ଆଠ ଗୋଟି ସଂଗଠନର ମଙ୍ଗୁଆଳ ବରିଷ୍ଠ ଶ୍ରମିକନେତା ତଥା ବିଜୁ ଜନତା ଦଳର ରାଜ୍ୟ ସଂପାଦକ, ସାମାଜସେବୀ ସନ୍ତୋଷ ପଟ୍ଟନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଶୋକବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର