ନିଶ୍ଚିନ୍ତକୋଇଲି, ୨୨/୦୭/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-କଟକ ସଦର ନିର୍ବାଚନ ମଣ୍ଡଳୀ ତଥା ନିଶ୍ଚିନ୍ତକୋଇଲି ବ୍ଲକ ଉତ୍ତରକୂଳ ହାଇସ୍କୁଲ ର ନବମ ଶ୍ରେଣୀ ଛାତ୍ର ସାଇ କୃଷ୍ଣ ମିଶ୍ର ର ନିଖୋଜ ଘଟଣାରୁ ଏବେ ପର୍ଦା ଉଠିଛି. । ମହାନଦୀ ର ବିରିବନ୍ଧ (ତଇଲୋ ) ଗ୍ରାମ ନିକଟରେ ପାଣି ରେ ଭାସୁଥିବା ଉକ୍ତ ବାଳକ ର ଶବକୁ ଉଦ୍ଧାର କରାଯାଇଛି।ସାଇ କୃଷ୍ଣ ଙ୍କ ପିତା ବରଦା ମିଶ୍ର ଙ୍କ ଘର ଜଗତସିଂହପୁର ଜିଲ୍ଲା ପାଲି ପଞ୍ଚାୟତ। ସେ ଏବଂ ତାଙ୍କ ପରିବାର ଉତ୍ତରକୂଳ ରେ ଏକ ଭଡା ଘରେ ରହିଥାନ୍ତି । ପୁଅ ଉତ୍ତରକୂଳ ହାଇସ୍କୁଲ ରେ ନବମ ଶ୍ରେଣୀ ପାଠ ପଢୁଥିବା ବେଳେ ତାଙ୍କ ବୟସ ୧୪ବୋଲି ଜଣାପଡିଛି । ସେ ଗତ ବୁଧବାର ସ୍କୁଲ କୁ ଅନଲାଇନ କ୍ଲାସ୍ କରିବାକୁ ଆସି ଆଉ ଘର କୁ ଫେରି ନଥିଲେ। ପରିବାର ଲୋକ ଖୋଜାଖୋଜି କରିବା ପରେ ମାହାଳହାଟ ସ୍ଥିତ ମହାନଦୀ କୂଳ ରେ ତାଙ୍କ ଡ୍ରେସ, ବ୍ୟାଗ୍ ଓ ଗାମୁଛା ପଡି ଥିବା ଦେଖିବାକୁ ମିଳିଥିଲା।
ଏହା ଦେଖି ପରିବାର ଲୋକ ଭୟଭୀତ ହୋଇଯାଇଥିଲେ । ପରିବାର ଲୋକ କହିବା ଅନୁସାରେ ଅନଲାଇନ କ୍ଲାସ୍ କରିବାକୁ ଆସି ଏ ଭଳି ଘଟଣା ଘଟିଛି ବୋଲି ଗତକାଲି ମାହାଳ ହାଟ ଫାଣ୍ଡି ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କିଶନନଗର ପୋଲିସ ଓ ମାହାଳହାଟ ପୋଲିସ ମିଳିତ ଭାବେ ଛାନ ଭିନ୍ ଆରମ୍ଭ କରିଥିଲେ। ଆଜି ସକାଳୁ ଅଗ୍ନିଶମ ବିଭାଗ ର ଏକ ସ୍ଵତନ୍ତ୍ର ଟିମ୍ ଆସି ତାରପୁର ସ୍ଥିତ ମହାନଦୀ ରେ ଖୋଜା ଖୋଜି କରିଥିବା ବେଳେ କୌଣସି ସନ୍ଧାନ ପାଇନଥିଲେ । ପରବର୍ତୀ ସମୟରେ ତଇଲୋ ଗ୍ରାମ ନିକଟରେ ନଦୀ ରେ ଶବ ଟି ଭାଷୁଥିବା ଲୋକେ ଦେଖିବାକୁ ପାଇଥିଲେ । ଓଡ଼ିଶା ସମାଚାର