Saturday , December 10 2022
Home / ବିଶେଷ / ନାବାଳିକା ଅପହରଣ ମାମଲା-ନାବାଳକ ଅଟକ

ନାବାଳିକା ଅପହରଣ ମାମଲା-ନାବାଳକ ଅଟକ

ପାରାଦୀପ ୨୨/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳ ର ଜନୈକା ନାବାଳିକା ଅପହରଣ ଘଟଣା ରେ ଆଦର୍ଶ ଥାନା ପୋଲିସ୍ ଜଣେ ନାବାଳକ କୁ ଅଟକ ରଖିଛି । ଘଟଣା ରୁ ପ୍ରକାଶ ଯେ, ଗତ ୧୯ ତାରିଖ ଦିନ ପାରାଦୀପ ଅଂଚଳ ରୁ ଜନୈକା ନାବାଳିକା(୧୫) ନିଖୋଜ ଥିବା ନେଇ ନାବାଳିକାର ଭାଇ ପାରାଦୀପ ଆଦର୍ଶ ଥାନା ରେ ଅଭିଯୋଗ କରିଥିଲେ । ଘଟଣା ର ତଦନ୍ତ କରି ପୋଲିସ୍ ଜଣେ ନାବାଳକ(୧୫) କୁ ଧରିବା ରେ ସଫଳ ହୋଇଛି । ଅଭିଯୁକ୍ତ ନାମ ରେ ଅପହରଣ ଓ ଧର୍ଷଣ ମାମଲା ରୁଜୁ ହୋଇଛି । ଅଭୁଯୁକ୍ତ କୁ ଜଗତସିଂହପୁର ର ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ରେ ହାଜର କରାଯାଇଥିଲା । କୋର୍ଟ ଙ୍କ ନିର୍ଦ୍ଧେଶ ଅନୁସାରେ ଅଭିଯୁକ୍ତ କୁ ଅନୁଗୁଳ ର ସ୍ୱଧାର ଗୃହ କୁ ପଠାଯାଇଥିବା ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଏହି ଘଟଣା ରେ ପାରଦୀପ ଥାନା ରେ ୧୪୪/୨୧ ରେ ମାମଲା ରୁଜୁ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.