Sunday , October 1 2023
Home / ବିଶେଷ / ଗୋଲଡେନ ଆୱାର୍ଡପ୍ରାପ୍ତ ଡାକ୍ତର ଏସଏସ ଚୌଧୁରୀଙ୍କୁ ସମ୍ବର୍ଦ୍ଧନା

ଗୋଲଡେନ ଆୱାର୍ଡପ୍ରାପ୍ତ ଡାକ୍ତର ଏସଏସ ଚୌଧୁରୀଙ୍କୁ ସମ୍ବର୍ଦ୍ଧନା

ମାହାଙ୍ଗା, ୨୨/୦୭/୨୦୨୧(ଓଡ଼ିଶା ସମାଚାର)- ମାହାଙ୍ଗା ବ୍ଳକ ଅନ୍ତର୍ଗତ ଆନନ୍ଦପୁର ପଂଚାୟତ ଖର୍ତାଙ୍ଗ ଗ୍ରାମର ପୂର୍ବତନ କଲେଜ ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ ପୁତ୍ର ତଥା ଜାତୀୟ ସ୍ତରରେ ଗୋଲଡେନ ଆୱାର୍ଡପ୍ରାପ୍ତ ସହକାରୀ ପ୍ରଫେସର ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଶିବ ନାରାୟଣ ଚୌଧୁରୀଙ୍କୁ
ତାଙ୍କ ଜନ୍ମ ମାଟିରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆନନ୍ଦପୁର ଇଛାବଟ ସାଂସ୍କୃତିକ ପରିଷଦ ଖର୍ତାଙ୍ଗ ପକ୍ଷରୁ ଅଧ୍ୟାପକ ଅଜୟ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥିଭାବେ ସରପଂଚ ଲଳିତ ମୋହନ ମହାପାତ୍ର,ସମ୍ମାନୀତ ଅତିଥିଭାବେ ସମିତିସଭ୍ୟ ପ୍ରମୋଦ ବେହେରା ଯୋଗଦେଇ କଂପ୍ଲିକେଟେଡ ଓ ପୋଷ୍ଟ କୋଭିଡ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ଡାକ୍ତର ଶ୍ରୀ ଚୌଧୁରୀ ଓ ତାଙ୍କ ଧର୍ମପତ୍ନୀ ଡାକ୍ତର ସୋନାଲୀ ଚୌଧୁରୀଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର,ଉପଢୌକନ ପ୍ରଦାନ ପୂର୍ବକ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସମାଜସେବୀ ଜଳଧର ପରିଡା, ସୁରେନ୍ଦ୍ର ମାଢେଇ, କୃଷ୍ଣ ପାତ୍ର, ଅନନ୍ତ ବାରିକ, ବ୍ରଜକିଶୋର ବାରିକ, ପ୍ରମୋଦ ପଟ୍ଟନାୟକ, ସଂଜୟ ଖଟୁଆ, ପ୍ରଶାନ୍ତ ବାରିକ, ପ୍ରଦୀପ୍ତ ସ୍ୱାଇଁ, ରଂଜନ ସାହୁ, ଅନିଲ ଦାଶ, ସମରେଶ ପରିଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଭାଗ୍ୟଧର ମାନପତ୍ର ପାଠ କରିଥିବାବେଳେ ସଂଜୟ କୁମାର ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *