Wednesday , December 8 2021
Home / ବିଶେଷ / ଅଳପୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

ଅଳପୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା,୨୨/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଧୋୟାଂଚଳର ଅଳପୁଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଜିଲ୍ଲାପାଳଙ୍କ ନିକଟରେ ସେହି ରାଜସ୍ୱ ସର୍କଲ ଅଧିନସ୍ତ ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି । ଦୀର୍ଘବର୍ଷ ହେବ ସେହି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହଟି ଭାଙ୍ଗିରୁଜି ଯାଇ ଭଗ୍ନ ଅବସ୍ଥାରେ ରହିଛି । ତେଣୁ ସେହି ରାଜସ୍ୱ ସର୍କଲ ଅଧିନ  ତରଡିପାଳ, ପେଣ୍ଠପାଳ ଓ ଅଳପୁଆ ଗ୍ରାମପଂଚାୟତ ସମେତ ୫ଟି ରାଜସ୍ୱ ଗ୍ରାମର ଅଧିବାସୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୋ ସରକାର ଅଧିନରେ ଓଡିଶା ସରକାରଙ୍କ ବହୁ ଲୋକାଭୀମୂଖୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ସୁଦ୍ଧା ଏହି ଅଂଚଳର ଲୋକମାନଙ୍କ ଠାରୁ ବହୁ ମାତ୍ରାରେ ରାଜସ୍ୱ ଆଦାୟ ହେଉଥିବା ବେଳେ ଗ୍ରାମବାସୀମାନେ ସେସବୁ ସୁବିଧାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି   । ଏଥିସହିତ ରାଜସ୍ୱ ନିରୀକ୍ଷକ ରହିବା ନିମନ୍ତେ ମଧ୍ୟ ବାସଗୃହ ନଥିବା ଅଭିଯୋଗ ହୋଇଛି । ସେହି ଅଂଚଳଟି ଏକ ବନ୍ୟା ପ୍ଲାବିତ ଅଂଚଳ ହୋଇଥିବାରୁ ସେଠାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଗୃହଟି ମୁଳୁଦୁଆ ଠାରୁ ଅନୁ୍ୟନ୍ୟ ୧୦ଫୁଟ ଉଚ୍ଚତାରେ ଏକ ଦୁଇ ମହଲା ଗୃହ ନିର୍ମାଣ କରାଯିବାକୁ ଧୋୟାଂଚଳବାସୀଙ୍କ ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ନାରଦ ଚନ୍ଦ୍ର ବିଶ୍ୱାଳ, ରମେଶ ଦାସ, ଅଳପୁଆ ସମିତି ସଭ୍ୟା ନମିତା ଦାସ, ପେଣ୍ଠପାଳ ସରପଂଚ ଅନ୍ନପୂର୍ଣ୍ଣା ସେଠୀ, ସମିତି ସଭ୍ୟା ବବୀତା ମଳିକ, ତରଡିପାଳ ସରପ,କୃତିବାସ ସାହୁ, ଉମେଶ ବେହେରା, ଶ୍ରୀଧର ସାହୁ, ରାଜେନ୍ଦ୍ର ନାଥ, ରାକେଶ ଚନ୍ଦ୍ର ବିଶ୍ୱାଳ, ସୁରେଶ ଚନ୍ଦ୍ର ସାହୁ, ବନମାଳି ସେଠୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି କରିଛନ୍ତି । ଏଥିସହିତ ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ୫-ଟି ସଚିବ, କେନ୍ଦ୍ରାଂଚଳ ରାଜସ୍ୱ ସଚିବ ପ୍ରମୁଖଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଗ୍ରାମବାସୀମାନେକହିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *