ଭୁବନେଶ୍ୱର, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ସର୍ଟସର୍କିଟ ଯୋଗୁ ଏକ ଦୋକାନରେ ଅଗ୍ନିକାଣ୍ଡ ଘଟି ସେଥିରେ ଗ୍ରୋସରୀ ଜିନିଷ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।
ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ହାଉସିଂବୋର୍ଡ କଲୋନୀରେ ସୁନିଲ ମହାନ୍ତି ନାମକ ଜଣେ ବ୍ୟକ୍ତି ଏକ କ୍ୟାବିନ୍ ରେ ସିଲେଇ ଦୋକାନ କରିଥିଲେ । କରୋନା ମହାମାରୀ ସମୟରେ ଟେଲର ଦୋକାନ ନଚାଲିବାରୁ ସେ ନିଜ ଦୋକାନରେ ଗ୍ରୋସରୀ ଜିନିଷ ସହ ଅଣ୍ଡା ବ୍ୟବସାୟ କରୁଥିଲେ । ତେବେ ରବିବାର ମଧ୍ୟରାତ୍ରରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ସମ୍ପୂୂର୍ଣ୍ଣ ଦୋକାନଟି ଜଳିଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ସୁନିଲ ଧାର ଉଧାର କରି ପ୍ରାୟ ୫୦ ହଜାର ଟଙ୍କାର ଗ୍ରୋସରୀ ଜିନିଷ ଦୋକାନରେ ରଖିଥିଲେ । ତାହା ଏବେ ସମ୍ପୂର୍ଣ୍ଣ ଜଳି ଯାଇଥିବାବେଳେ ପରିବାର କେମିତି ଚଳାଇବେ ତାକୁ ନେଇ ସେ ଚିନ୍ତାରେ ପଡ଼ିଯାଇଛନ୍ତି । ଓଡ଼ିଶା ସମାଚାର