Saturday , March 25 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ବକେୟା ପ୍ରାପ୍ୟ କୁ ନେଇ ଅତିରକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ବକେୟା ପ୍ରାପ୍ୟ କୁ ନେଇ ଅତିରକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

ଦାବି ପୂରଣ ନହେଲ ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ଚେତାବନୀ
ପାରାଦ୍ୱୀପ ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ରିଫାଇନାରୀ(ଆଇଓସିଏଲ) ର ଏକ ଠିକା ସଂସ୍ଥା ଅଧିନ ରେ କାମ କରି ବକେୟା ୧୫ କୋଟିରୁ ଉର୍ଦ୍ଧ ଟଙ୍କା ନ ପାଇ ହତାଶ ହେବା ପରେ ଅଭୟଚାନ୍ଦପୁର ଥାନା ଓ ଅତିରିକ୍ତ ଜିଲ୍ଳାପାଳ ଙ୍କ ଅଫିସରେ ଦାବି ପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଠିକାଦାର । ଆଇଓସିଏଲ ର ଚାଇନା ଠିକା ସଂସ୍ଥା ସି.କେ.ସି.ଇ.ସି ଟଙ୍କା ନଦେଇ କାମ ସଂପୂର୍ଣ୍ଣ କରି ଫେରାର ହୋଇଯାଇଛି । ମାତ୍ର ଉକ୍ତ ସମୟରେ ଆଇଓସିଏଲ ସମସ୍ତ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଗତ ୨ବର୍ଷ ହେଲା ଧରା ଛୁଆଁ ଦେଉନି । ଆଇଓସିଏଲ ର ପ.ିପ.ି ପ୍ଳାନ୍ଟ ନିର୍ମାଣ ର କାର୍ଯ୍ୟାଦେଶ ଚାଇନା ଠିକା ସଂସ୍ଥା ସି.କେ.ସି.ଇ.ସି ପାଇଥିଲା । ଏହି କମ୍ପାନୀ ସ୍ଥାନୀୟ ଯୁବକ ମାନଙ୍କୁ ସବ୍ କଂଟ୍ରାକ୍ଟର ଭାବେ ନିଯୁକ୍ତି କରି ପ.ିପି. ପ୍ଳାନ୍ଟର କାର୍ଯ୍ୟ କରିଥିଲା । ଆଇଓସିଏଲ ରେ ଜମି ହରାଇ କିଛି ଟଙ୍କା ପାଇଥିବା ଯୁବକ ମାନେ ଲାଭ ଆଶାରେ ଏଥିରେ କାର୍ଯ୍ୟ କରିଥିଲେ । ମାତ୍ର ସମ୍ପୃକ୍ତ କମ୍ପାନୀ କାମ କରିବା ପରେ ଏମାନଙ୍କ ଟଙ୍କା ଦେଇନଥିଲା । ଫଳରେ ସ୍ଥାନୀୟ ଯୁବକ ମାନେ ଉକ୍ତ ଚାଇନା କମ୍ପାନୀ ର ଅଧିକାରୀମାନଙ୍କୁ ୨୦୧୯ ମସିହାରେ ଅଟକ ରଖିଥିଲା । ଉକ୍ତ ସମୟରେ ଆଇଓସିଏଲ କର୍ତୃପକ୍ଷ ସେମାନଙ୍କର ବକେୟା ୧୫ କୋଟିରୁ ଉର୍ଦ୍ଧ ଟଙ୍କା ଦେବାକୁ ପ୍ରତିଶୃତି ଦେଥିଲା । ମାତ୍ର ଉକ୍ତ ଘଟଣାକୁ ୨ ବର୍ଷ ବିତିଥିଲେ ମଧ୍ୟ ଆଇଓସିଏଲ ସେମାନଙ୍କୁ ଟଙ୍କା ଦେଉନାହିଁ କି ଦେଇଥିବା ପ୍ରତିଶୃତି ପୂରଣ କରି ନାହିଁ, ଯାହାକୁ ନେଇ ବୁଧବାର ଦିନ ୧୨ଜଣ ସବ୍ କଂଟ୍ରାକ୍ଟର ଓ ତାଙ୍କ ଶ୍ରମିକ ମାନଙ୍କୁ ଧରି ଆଇଓସିଏଲ ଗେଟ୍ ସମ୍ମୁଖରେ ଏକ ରାଲି ବାହାର କରି ଅଭୟଚାନ୍ଦପୁର ଥାନାରେ ଦାବି ପତ୍ର ଦେବା ସହିତ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ଯଦି ଆସନ୍ତା ଶନିବାର ମଧ୍ୟରେ ଆଇଓସିଏଲ କୌଣସି ପଦକ୍ଷେପ ନ ନିଏ ତେବେ ସୋମବାର ଠାରୁ ଆଇଓସିଏଲ ଗେଟ୍ ସମ୍ମୁଖରେ ଧାରଣା ଦିଆଯିବା ସହିତ ଅର୍ଥନୈତିକ ଅବରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.