Tuesday , December 6 2022
Home / ପର୍ଯ୍ୟଟନ ଓ ସଂସ୍କୃତି / ନାଭି ମୁମ୍ବାଇରେ ଶ୍ରୀଜିଉଙ୍କ ସୁନାବେଶ 

ନାଭି ମୁମ୍ବାଇରେ ଶ୍ରୀଜିଉଙ୍କ ସୁନାବେଶ 

ଭୁବନେଶ୍ୱର /ମୁମ୍ବାଇ, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ ପକ୍ଷରୁ କୋଭିଡ଼୍ କଟକଣାରେ ମନ୍ଦିର ବେଢ଼ାରେ ରଥରେ ପୂଜା କରାଯିବା ସହ ସୁନାବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ସମାପନ କରାଯାଇଥିଲା । ଏଥିରେ ରାମ ପ୍ରସାଦ ମୁଦୁଲି, ସତ୍ୟବ୍ରତ ପଟ୍ଟନାୟକ, ରତନ ପଟ୍ଟନାୟକ, ବିଭୂତି ରଥ, ଧର୍ମାନନ୍ଦ ପଢ଼ିହାରୀ, ରଞ୍ଜନ ରାୟ, ଜଗଦିଶ ନାୟକ, ମୁଖ୍ୟ ପୂଜକ ରଞ୍ଜନ ଶତପଥି, ବସନ୍ତ କୁମାର ପଣ୍ଡା, ପ୍ରମୋଦ ପଣ୍ଡା, ଦିବାକର ପଣ୍ଡା ଆଦି ପରିଚାଳଣା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.