କେନ୍ଦ୍ରାପଡ଼ା,୨୧/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ଅନ୍ୟତମ ଲୋକପ୍ରିୟ ଚିକିତ୍ସକ ତଥା ବିଭିନ୍ନ ସାମାଜିକ ଓ ସେବା ଅନୁଷ୍ଠାନ ସହ ଜଡିତ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଅଲେଖ ଚନ୍ଦ୍ର ଦାସଙ୍କୁ ଗଭିର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ମହାକାଳପଡା ବିକାଶ ମଂଚ ପକ୍ଷରୁ ନିଗମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପିସିଟିଆଇ ତଥା ବିକାଶ ମଂଚର ସଭାପତି ପ୍ରକୃତିବନ୍ଧୁ କାଶିନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ସ୍ୱର୍ଗତ ଦାସଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ କରାଯିବା ପରେ ନିରବ ପ୍ରାର୍ଥନା ଓ ବେଦପାଠ କରାଯାଇଥିଲା । ଶିକ୍ଷାବିତ ପ୍ରଣବ କୁମାର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ରତ୍ନାକର ରାଉତ, ହେମନ୍ତ ଜେନା, କେଶବ ଚନ୍ଦ୍ର ପରମାଣିକ, ବିଚିତ୍ର ବାରିକ, ଭାଗିରଥୀ ନନ୍ଦ, ପ୍ରଫୁଲ୍ଲ ବେହେରା, ମାଗୁଣି ଚରଣ ଜେନା, ଅକ୍ଷୟ କୁମାର ତରାଇ, ଅଶୋକ ମହାପାତ୍ର, ରଘୁନାଥ ଦାସ, ଅପର୍ତୀ ଚରଣ ସେଠୀ, କମଳାକାନ୍ତ ବାରିକ, ଦିବାକର ନାଥଶର୍ମା, ଶ୍ରୀକାନ୍ତ ଜେନା, ଚପଳା ବିଶ୍ୱାଳ, ଗୋପାଳ ଦାସ, ଧନେଶ୍ୱର ସେଠୀ, ଗୋବିନ୍ଦ ଜେନା, ନଗେନ୍ଦ୍ର ଚୌଧୁରୀ, ରଘୁନାଥ ସେଠୀ ପ୍ରମୁଖ ସ୍ୱର୍ଗତ ଦାସଙ୍କ ସଫଳ ଚିକିତ୍ସା ଜୀବନର ସ୍ମୃତି ରୋମନ୍ଥନ କରିବା ସେଙ୍ଗ ଅମର ଆତ୍ମାର ସଦଗତି କାମନା କରିଥିଲେ । ଶେଷରେ କମଳାକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର