କେନ୍ଦ୍ରାପଡ଼ା, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ଜମିବାଡି ବିବାଦକୁ ନେଇ ମରଣାନ୍ତଙ୍କ ଆକ୍ରମଣ ହୋଇଥିବା କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ରବିନ୍ଦ୍ର ନାଥ ମହାପାତ୍ର ଅଭିଯୋଗ କରିଛନ୍ତି ଯେ ଜମିବାଡି ବିବାଦକୁ ନେଇ ସେହି ଗ୍ରାମର ବିଷ୍ଣୁ ଚରଣ ମହାପାତ୍ର, କୃଷ୍ଣଚନ୍ଦ୍ର ମହାପାତ୍ର ଓ ରଘୁନାଥ ମହାପାତ୍ରଙ୍କ ପରିବାର ଅନେକ ସମୟରେ ତାଙ୍କୁ ଗାଳିଗୁଲଜ କରିଥାନ୍ତି । କିନ୍ତୁ ମଙ୍ଗଳବାର ଏମାନେ ରବିନ୍ଦ୍ରଙ୍କ ଘର ନିକଟକୁ ଆସି ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ରବିନ୍ଦ୍ର ଓ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିଥିଲେ । ଏଥିସହିତ ରବିନ୍ଦ୍ରଙ୍କ ପତ୍ନୀଙ୍କୁ ଲୁହାରଡ,ଭୂଜାଲି ଓ ଠେଙ୍ଗାରେ ମରଣାନ୍ତଙ୍କ ଆକ୍ରମଣ କରିଥିଲେ । ରବିନ୍ଦ୍ରଙ୍କ ପତ୍ନୀଙ୍କ ମୁଣ୍ଡରେ ଗଭିର ଆଘାତ ଲାଗିଥିବାରୁ ତାଙ୍କୁ ଜିଲ୍ଲା ମୁଖଳ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଏଣୁ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରବିନ୍ଦ୍ର ସଦର ଥାନା ଅଧିକାରୀଙ୍କୁ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର