Monday , December 6 2021
Breaking News
Home / ବିଶେଷ / ଚେତନତା ନାଁରେ ଅଶ୍ଳୀଳତା ଅଭିଯୋଗପରେ ଚିତ୍ର ବଦଳାଇଲା ବିଏମସି

ଚେତନତା ନାଁରେ ଅଶ୍ଳୀଳତା ଅଭିଯୋଗପରେ ଚିତ୍ର ବଦଳାଇଲା ବିଏମସି

ଭୁବନେଶ୍ୱର, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- କରୋନା ସଚେତନତା ନାଁରେ ବିଏମସି ସାମାଜିକ ସ୍ତରରେ ଅଶ୍ଲୀଳତା ବାଂଟୁଥିବା ଅଭିଯୋଗ ହୋଇଛି । କରୋନାକୁ ସ୍ୱାସ୍ଥ୍ୟକର୍ମୀମାନେ କେମିତିମାତ୍ ଦେଉଛନ୍ତି, ସେ ବିଷୟରେ ଦର୍ଶାଇବାକୁ ଯାଇ ବିଏମସିର ଚିତ୍ରକରମାନେ ଅଶ୍ଳୀଳ ଚିତ୍ରସବୁ ଆଙ୍କିଛନ୍ତି । ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଏମସିର ଏହି କାମକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ରାଜଧାନୀ ରାସ୍ତାର କାନ୍ଥରେ ସଚେତନତା ଚିତ୍ରରେ କିଛି ଅଶ୍ଲୀଳ ଚିତ୍ର ଅଙ୍କା ଯାଇଥିଲା । ଏହାକୁ ନେଇ ଖବର ପ୍ରସାରଣ ପରେ ଚିତ୍ର ହଟାଇବାକୁ ବିଏମସି କମିଶନର ନିର୍ଦ୍ଧେଶ ଦେଇଛନ୍ତି । ଯାହାକି ଏବେ ପରିବର୍ତନ ହୋଇସାରିଛି । ତେବେ କରୋନାକୁ ପ୍ରତିହତ କରିବା ପାଇଁ ଭୁବନେଶ୍ୱରରେ ଅନେକ ସ୍ଥାନରେ ସଚେତନତା ଚିତ୍ର କରାଯାଉଛି । ଆଉ ଏହି ଚିତ୍ରଗୁଡିକ ବିଏମସି ପକ୍ଷରୁ ହିଁ ବିଭିନ୍ନ କାନ୍ଥରେ ଅଙ୍କାଯାଉଛି । ହେଲେ କାହା ପ୍ରରୋଚନାରେ ସମ୍ପୃକ୍ତ ଚିତ୍ରକର ଏପରି ଅଶ୍ଳୀଳ ଚିତ୍ର କଲେ ସେନେଇ ତଦନ୍ତ କରିବାକୁ କମିଶନର ଶ୍ରୀ ସିଂ ସହର ମୁଖ୍ୟଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ।
ସୂଚନାଥାଉ କି,ନୟାପଲ୍ଲୀସ୍ଥିତ ବ୍ରିଡ଼ କଲୋନୀର ପ୍ରବେଶ ପଥରେ ଏଭଳି ଚିତ୍ର ଅଙ୍କାଯାଇଥିଲା । କିନ୍ତୁ ଏହି ସଚେତନତାରେ ଅନେକ ଅଶ୍ଲୀଳତା ନଜର ଆସିଥିଲା । ଚିତ୍ର ମାଧ୍ୟମରେ ସଚେତନତାକୁ ଅଶୋଭନୀୟ ଭାବେ ଚିତ୍ରିତ କରାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଉଦବେଗପ୍ରକାଶ କରିଥିଲେ । ଏହା ସମାଜକୁ ଏକ ଭୁଲ ଦିଗଦର୍ଶନ ଦେଉଥିଲା ବେଳେ ସ୍ୱାସ୍ଥ୍ୟ କର୍ମୀଙ୍କୁ ଅପମାନିତ କରୁଛି ବୋଲି କହି ଅସନ୍ତୋଷ ପ୍ରକାଶ ପାଇଥିଲା । ଆଉ ଏଭଳି ଚିତ୍ରର ପ୍ରଭାବ ପିଲାମାନଙ୍କ ଉପରେ ପଡୁଛି ବୋଲି ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ଚିତ୍ରକୁ ହଟାଇବା ପାଇଁ ଦାବି କରିଥିଲେ । ଲୋକଙ୍କ ଅଭଯୋଗକୁ ନେଇ ବିଏମସି କମିଶନର ତତ୍ପରତା ଦେଖାଇଥିବାବେଳେ ଚିତ୍ରଗୁଡିକୁ ପୁନଃ ଚିତ୍ରିତ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *