କେନ୍ଦ୍ରାପଡ଼ା, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- ସମବାୟ ସମିତି ସମୁହର ଯୁଗ୍ମ ନିବନ୍ଧକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟର ପ୍ରଶାସନିକ ଅଧିକାରୀ ଦାୟୀତ୍ୱରେ ଥିବା ଜେରୋମ କେରକେଟାଙ୍କୁ ଭେଟି କେତେକ ଅଭିଯୋଗ ସମ୍ପର୍କରେ ଅବଗତ କରାଇବାକୁ କେନ୍ଦ୍ରାପଡାରୁ କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟର ପୂର୍ବତନ କର୍ମଚାରୀ ସରସ୍ୱତୀ ସ୍ୱାଇଁ, ସୁରେଶ ଚନ୍ଦ୍ର ସ୍ୱାଇଁ ଓ ରାଜଦୀପ ପଢିଆରୀ ପ୍ରମୁଖ ତାଙ୍କ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଳୟକୁ ଚଳିତମାସ ୧୯ତାରିଖରେ ଯାଇଥିଲେ । ଅଭିଯୋଗକାରୀମାନେ ଯୁଗ୍ମ ନିବନ୍ଧକ ଶ୍ରୀ କେରକେଟାଙ୍କୁ ସେମାନଙ୍କ ଅଭିଯୋଗ ସମ୍ପର୍କରେ ଅବଗତ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟର ଅତିରିକ୍ତ ସମ୍ପାଦକ ଅରବିନ୍ଦ ସାହୁ ଏବଂ ସହକାରୀ ଆଇନ ଅଧିକାରୀ ବିଜୟ କୁମାର ଦାସ ସେମାନଙ୍କୁ ଗାଳିଗୁଲଜ କରିବା ସହିିତ ଅଭିଯୋଗକାରୀମାନଙ୍କୁ ସେହି କାର୍ଯ୍ୟାଳୟରୁ ଉଠାଇ ନେବାକୁ ଧମକ ଦେଇଥିଲେ । ଏଥିସହିତ ଅଭିଯୋଗକାରୀମାନେ ଯୁଗ୍ମ ନିବନ୍ଧକଙ୍କ କାର୍ଯ୍ୟାଳୟ ବାହାରକୁ ଆସିବା ପରେ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଭୁବନେଶ୍ୱର କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ଏହାବ୍ୟତିତ କେସିସିର ପ୍ରାକ୍ତନ କର୍ମଚାରୀ ସରସ୍ୱତୀ ସାହୁଙ୍କୁ କେସିସିର ଅତିରିକ୍ତ ସମ୍ପାଦକ ଶ୍ରୀ ସାହୁ କହିଥିଲେ ଯେ ତୋର ପ୍ରମୋଦ ସାହୁ ଯେତିକି କ୍ଷତି କରିନି ତାଠୁ ଅଧିକ କ୍ଷତି ଆମେ କରିବୁ । ତୋ ବୋଉକୁ ଯେମିତି ମାନସିକ ଚିନ୍ତା ଦେଇ ମାରିଦେଇଥିଲୁ ତୋତେ ବି ସେମିତି ମାରିବୁ ବୋଲି କହିଥିବା ଅଭିଯୋଗ ହୋଇଛି । ପ୍ରମୋଦ ସାହୁ ଓ ଆମ ବିରୁଦ୍ଧରେ କିଛିବି ଅଭିଯୋଗ କଲେ ତୋତେ ଜୀବନରୁ ମାରିଦେବୁ ବୋଲି ଅତିରିକ୍ତ ସମ୍ପାଦକ ଶ୍ରୀ ସାହୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତିକରି କ୍ୟାପିଟାଲ ଥାନାରେ ୪୧୮/୨୦୨୧ରେ ଆଇ.ପି.ସି.ର ଦଫା ୫୦୬ ଓ ୩୪ଧାରାରେ ଏକ ମାମଲା ରୁଜୁ ହୋଇଛି । ଓଡ଼ିଶା ସମାଚାର
Check Also
ଇଣ୍ଡିଆବୁକ ଅଫ ରେକର୍ଡ ସ୍ଥାନ ପାଇଲେ ପ୍ରଚେତା
ଜୁନାଗଡ଼ , ୦୨ / ୦୭ /୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଲାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ପ୍ରଚେତା …