Tuesday , October 3 2023
Breaking News
Home / ବିଶେଷ / କେନ୍ଦ୍ରାପଡାରେ ଇଦ-ଉଲ-ଜୁହା ପାଳନ

କେନ୍ଦ୍ରାପଡାରେ ଇଦ-ଉଲ-ଜୁହା ପାଳନ

କେନ୍ଦ୍ରାପଡ଼ା, ୨୧/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହର ଓ ଆଖପାଖ ଅଂଚଳରେ ଆଜି କୋଭିଡ କଟକଣା ମଧ୍ୟରେ ଇଦ-ଉଲ-ଜୁହା ପର୍ବ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ତ୍ୟାଗ ଓ ବଳିଦାନର ପର୍ବରୂପେ ପରିଚିତ ଏହି ପର୍ବ ଉପଲକ୍ଷେ ମୁସଲମାନ ସଂପ୍ରଦାୟର ଲୋକମାନେ ସୂର୍ଯେ୍ୟାଦୟ ପରେ ପରେ ନମାଜ ପାଠ କରିଥିଲେ । କୋଭିଡ କଟକଣା ଯୋଗୁଁ ସହରର ମସଜିଦମାନଙ୍କରେ ପରିଚାଳନା କମିଟିର ସଦସ୍ୟମାନେ ନମାଜ ପାଠ କରିଥିବା ବେଳେ ଅନ୍ୟମାନେ ନିଜ ନିଜ ଘରେ ନମାଜ ପାଠ କରିଥିଲେ । କିଛି ଲୋକ ଘରେ ଛାତ ଉପରେ ନମାଜ ପାଠ କରୁଥିବା ଦେଖିବାକୁ ମିଳିଥିଲା । ଏହି ପର୍ବ ତିନି ଦିନ ପାଳନ ହେବ । ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *