କେନ୍ଦ୍ରାପଡ଼ା,୨୧/୦୭/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ଚାଷଜମି ଗୁଡିକ ମୁଖ୍ୟ କେନାଲ ଠାରୁ ପ୍ରାୟ ୨କିଲୋମିଟର ଦୂରରେ ଥିବାରୁ ସେହି ଚାଷଜମିକୁ ଜଳ ଯୋଗାଣ ନିମନ୍ତେ ଏକ ଭୂତଳ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ସେହି ବୋରିଂ ପଏଂଟ ଦ୍ୱାରା ପ୍ରାୟ ୨ଶହ ଏକର ଚାଷଜମିକୁ ଜଳ ଯୋଗାଣ କରାଯାଉଥିଲା । କିନ୍ତୁ ସେହି ବୋରିଂ ପଏଂଟର ପମ୍ପସେଟଟି ବୋରିଂ ଭିତରକୁ ଗଳିପଡିଥିବାରୁ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତେଣୁ ସେହି ପମ୍ପସେଟଟିକୁ ବୋରିଂ ଭିତରୁ ଉଦ୍ଧାର କରାଯିବା ସହ ମରାମତି କରାଯାଇ ଚାଷଜମିକୁ ଅବିଳମ୍ବେ ଜଳ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ସନ୍ତୋଷ କୁମାର ବେହେରା, ପ୍ରଦିପ କୁମାର ବେହେରା, ଉଲାଶ କୁମାର ବେହେରା, ଗଗନ ବେହେରା, କୁଞ୍ଜବିହାରୀ ବେହେରା, କୃପାସିନ୍ଧୁ ବେହେରା, ନରହରି ବେହେରା, ରଞ୍ଜନ କୁମାର ବେହେରା, ଫକିର ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର
Check Also
ବନ ମହୋତ୍ସବ ସପ୍ତାହ ଅବସରରେ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବରଗଡ, ୦୭ /୦୭/୨୦୨୨ (ଓଡ଼ିଶା ସମାଚାର/ ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳ ରେ କାର୍ଯ୍ୟରତ ଦେବଦୂତ କ୍ଳବ …