ସାଲେପୁର, ୨୦/୦୭/୨୦୨୧(ଓଡିଶା ସମାଚାର / ଅଭୟ ଜେନା )- ବିଦ୍ୟୁତ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଏବଂ ଘରୋଇ କମ୍ପାନୀର ମାନମାନି ନୀତି ବିରୁଦ୍ଧରେ ଉପଭୋକ୍ତାଙ୍କ ସ୍ଵାର୍ଥ ପାଇଁ କଟକ ଜିଲ୍ଲା ବିଜେପି ପକ୍ଷରୁ ସାଲେପୁର ବିଦ୍ୟୁତ ଡିଭିଜନ ଅଫିସ ସମ୍ମୁଖରେ ଏକ ଗଣ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ଶତାଧିକ ବିକ୍ଷୋଭକାରୀ ଏକ ରାଲିରେ ବାହାରି ସାଲେପୁର ସହର ପରିକ୍ରମା କରିବା ସହ ବିଦ୍ୟୁତ ଡିଭିଜନ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଥିଲେ। ରାଜ୍ୟ ସରକାର ଘରୋଇ କମ୍ପାନୀକୁ ବିଦ୍ୟୁତସଂସ୍ଥା କୁ ଟେକିଦେଇ ଯେଉଁଭଳି ଭାବରେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ସାଧରାଣ ଗ୍ରାହକଙ୍କ ଉପରେ ଜୁଲମ କରିବା ସହ
ତ୍ରୁଟିଯୁକ୍ତ ବିଦ୍ୟୁତ ବିଲ, ନିଜସ୍ୱ ମିଟର ବସାଇ ସେ ବାବଦ ଅର୍ଥ ଆଦାୟ, ଲୋ ଭୋଲ୍ଟେଜ ସମସ୍ୟା ଓ ମେଣ୍ଟେନାନ୍ସ ପ୍ରତି ଧ୍ୟାନ ନଦେବା ଆଦି ପ୍ରତିବାଦରେ ଏକ ଦାବି ପତ୍ର ମଧ୍ୟ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଦ୍ୟୁତ ଡିଭିଜନର ମ୍ୟାନେଜରଙ୍କୁ ଦିଆଯାଇଥିଲା । ତେବେ ଯଦି ସରକାର ଏ ସବୁ ଦାବି ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଜିଲ୍ଲା ସଭାପତିପ୍ରକାଶ ବେହେରା କହିଛନ୍ତି । ଓଡିଶା ସମାଚାର