Tuesday , October 3 2023
Breaking News
Home / ବିଶେଷ / ମୃତ ଯୁବ ବ୍ୟବସାୟୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲା ପାରାଦୀପ ବଣିକ ସଂଘ

ମୃତ ଯୁବ ବ୍ୟବସାୟୀଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲା ପାରାଦୀପ ବଣିକ ସଂଘ

ପାରାଦ୍ୱୀପ ୨୦/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ବଣିକ ସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ତଥା ଯୁବ ବ୍ୟବସାୟୀ ସ୍ୱର୍ଗତ ଜାନକୀ ବଲ୍ଲଭ ସାହୁଙ୍କ ର ଗତ ମେ ମାସ ୨୮ ତାରିଖରେ କୋଭିଡରେ ଆକ୍ରାନ୍ତ ହୋଇ ଅକାଳ ମୃତୁ୍ୟ ଘଟିଥିଲା । ତାଙ୍କ ବିୟୋଗରେ ବଣିକ ସଂଘ ପକ୍ଷରୁ ଏକ ସ୍ମୃତି ସଭା ସୋମବାର ଅପରାହ୍ନରେ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ବଣିକ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବ୍ୟବସାୟୀ ମାନେ ଯୋଗଦେଇ ତାଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ଓ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାପତି ଶ୍ରୀ ପଟ୍ଟନାୟକ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରି କହିଲେ ଯେ ସ୍ୱର୍ଗତ ସାହୁ ଜଣେ ସରଳ, ବନ୍ଧୁ ପି୍ରୟ, ପରୋପକାରୀ ଓ ସଙ୍ଗଠନ ପ୍ରେମୀ ଯୁବକ ଥିଲେ । ତାଙ୍କ ବିୟୋଗରେ ସଂଘର ସମସ୍ତ ବ୍ୟବସାୟୀ ଭାଇମାନେ ଦୁଃଖିତ ଓ ମର୍ମାହତ । ତାଙ୍କ ପରିବାର ପାଇଁ ବଣିକ ସଂଘ ସର୍ବଦା ସାହାଯ୍ୟ ସହଯୋଗ କରିବ ଓ ବ୍ୟକ୍ତିଗତ ଭାବେ ସେ ତାଙ୍କ ପିଲାମାନଙ୍କୁ ସମସ୍ତ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ । ଏହି ଅବସରରେ ସ୍ୱର୍ଗତ ସାହୁଙ୍କ ପରିବାରକୁ ବଣିକ ସଂଘ ପକ୍ଷରୁ ୧ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହି ସଭାରେ ସମ୍ପାଦକ ଦେବବ୍ରତ ସାହୁ, ବରିଷ୍ଠ ସଭ୍ୟ ତଥା ବ୍ୟବସାୟୀ କ୍ଷୀରୋଦ କୁମାର ସ୍ୱାଇଁ, ଚନ୍ଦ୍ର ଶେଖର ମହାପାତ୍ର, ଅନାଦୀ ପରିଡା, ପ୍ରମୋଦ କୁମାର ମହାପାତ୍ର, ସୂର୍ଯ୍ୟକାନ୍ତ ସାହୁ, ବିଜୟ ନାୟକ, ରାଜେନ୍ଦ୍ର ବଳ, ଚୈତନ୍ୟ ସାହୁ , ଗୋଲକ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *