ଭୁବନେଶ୍ୱର,୨୦/୦୭/୨୦୨୧(ଓଡ଼ିଶା ସମାଚାର)- ଅଲ ଓମେନ୍ସ ଆଡଭୋକେଟ ଫୋରମ, ଲୟର୍ସ ଭିଜନ ନୂଆଦିଲ୍ଲୀ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ବାହୁଡା ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ‘ବାହୁଡାରେ ଫେରିଯା କରୋନା’ ଅନୁଷ୍ଠିତ ହୋଇଥିଲା । ଫୋରମର ଅଧ୍ୟକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଜଗନ୍ନାଥ ରୋଡ଼ ଟଙ୍କପାଣି ରୋଡ଼ ସାଇ ମନ୍ଦିର ଛକ ନିକଟରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଏଥି ସହ କରୋନା ଯୋଦ୍ଧା ସାମ୍ବାଦିକ ଓ ଆଇନଜୀବୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
ଏଥିରେ ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସଭାପତି ଜିଆଉଲ ହକ, ସରକାରୀ ଓକିଲ ଅକ୍ଷୟ କୁମାର ସାମନ୍ତରାୟ , ରାଜ୍ୟ ଆଇନଜୀବୀ ପରିଷଦ ସଭ୍ୟ ବିଭୁ ପ୍ରସାଦ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭୁବନେଶ୍ୱର ଓକିଲ ସଂଘର ପୂର୍ବତନ ସହ ସମ୍ପାଦକ ଅମୂଲ୍ୟ ମହାନ୍ତି, ଅଭିଜିତ ମିଶ୍ର, ତାପସ୍ୱିନୀ ସ୍ୱାଇଁ, ଗଙ୍ଗାଧର ବେହେରା ଓ ବହୁ ଆଇନଜୀବୀ ସାମିଲ ହୋଇଥିଲେ ।ଓଡ଼ିଶା ସମାଚାର