କେନ୍ଦ୍ରାପଡ଼ା, ୨୦/୦୭/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରତିଭା ପୂଜା ସଂସଦ,କେନ୍ଦ୍ରାପଡା ଆନୁକୁଲ୍ୟରେ ସ୍ଥାନୀୟ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ତଥା ଜନପ୍ରିୟ ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଶିବାନନ୍ଦ ଆଶ୍ରମର ଶ୍ରୀମା ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀ ଓ ଅତିଥି ଭାବେ ସ୍ୱାମୀ ରାମସରଣାନନ୍ଦଜୀ, ଡା. ବିଶ୍ୱ ପ୍ରକାଶ କାନୁନଗୋ, ଆଇନଜିବି ଉମେଶଚନ୍ଦ୍ର ସିଂ, ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଡାକ୍ତର ଦାସଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସାମ୍ବାଦିକ ସୋମନାଥ ସାହୁ, ଚିତରଞ୍ଜନ ଦାସ, କୁଳମଣୀ ସ୍ୱାଇଁ, ଗୋଲଖ ଚନ୍ଦ୍ର ପଢିଆରୀ, ଅଶୋକ ସାହୁ, ପ୍ରଶାନ୍ତ କୁମାର ସିଂ, ମୁକ୍ତାର ଖାଁ, ସମାଜସେବୀ ମାନସ କୁମାର ସାହୁ(ମାନ), ଶ୍ରୀକାନ୍ତ ନାୟକ, ନଳିନୀ ବିହାରୀ ମହାନ୍ତି, ଆଶିଷ ସେନାପତି, ସଞ୍ଜୟ ରାଉତ, ମନୋଜ ଦାସ, ଶୁଭାଂଶୁ ଦାସ, ଗୋପାଳକୃଷ୍ଣ ଜେନା, ଅମରବର ବିଶ୍ୱାଳ, ସତ୍ୟପ୍ରିୟ ଦାସ, ମହମ୍ମଦ ଆକବର ଅଲ୍ଲୀ, ପ୍ରମୋଦ କୁମାର ମହାପାତ୍ର, ଶ୍ରୀଧର ରାଉତ, ସ୍ୱପ୍ନାଂଶୁ ଦାସ ପ୍ରମୁଖ ଯୋଗଦେଇ ଡାକ୍ତର ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରଥମେ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରାଯିବା ପରେ ସୌଭାଗିନୀ ବଳ ଏକ ଶ୍ରଦ୍ଧାଞ୍ଜଳି ସଂଗିତ ପାଠ କରିଥିଲେ । ଓଡ଼ିଶା ସମାଚାର