Wednesday , October 4 2023
Breaking News
Home / କୃଷି / ଚାଉଳ ଉଠାଣରେ ଅବହେଳା କୁ ନେଇ ବିଜେଡିର ଜୁନାଗଡ଼ ଏଫସିଆଇ ଗୋଦାମ ସମ୍ମୁଖରେ ଧାରଣା

ଚାଉଳ ଉଠାଣରେ ଅବହେଳା କୁ ନେଇ ବିଜେଡିର ଜୁନାଗଡ଼ ଏଫସିଆଇ ଗୋଦାମ ସମ୍ମୁଖରେ ଧାରଣା

ଜୁନାଗଡ଼ ୨୦/୦୭/୨୦୨୧(ଓଡ଼ିଶା ସମାଚାର/ ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ ଏଫସିଆଇ ଗୋଦାମ ସମ୍ମୁଖରେ ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି।କୃଷକଙ୍କ ବକେୟା ଟଙ୍କା ପ୍ରଦାନ ଓ ଚାଉଳ ଉଠାଣ ରେ ଅବହେଳା କରୁଥିବା ଅଭିଯୋଗ କରି ବିଜେଡି ନେତା ମାନେ ଧାରଣାରେ ବସିଥିଲେ।ଏହି ଧାରଣାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ଧର୍ମଗଡ଼ ବିଧାୟକ ମୋଉଷଧି ବାଗଙ୍କ ସମେତ ଆଦିତ୍ୟ ନନ୍ଦ, ଦିନୁ ବଗର୍ତ୍ତି,ହେମନ୍ତ ପଧାନ, ମହେଶ ସାହୁ, ଦିଗାମ୍ବର ନାୟକ, ପିତାମ୍ବର ରଣା, ଆଲୋକ ମହାପାତ୍ର ପ୍ରମୁଖଙ୍କ ସମେତ ଅନେକ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

 

Leave a Reply

Your email address will not be published. Required fields are marked *